ବଢ଼ିଲା ନିର୍ବାଚନୀ କଟକଣା : ୨୨ ଯାଏ କରିପାରିବେନି ରାଲି
ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପାଞ୍ଚ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ରାଲି ଉପରେ ଲାଗିଥିବା କଟକଣା ଅବଧିକୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଏହି ସମୟରେ ରାଜନୈତିକ ପାର୍ଟିକୁ କେବଳ ଭର୍ଚୁଆଲ ରାଲି କରିବାକୁ ଅନୁମତି ଦିଆଯାଇଛି।
ଏଥିସହ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକକୁ ସର୍ବାଧିକ ୩୦୦ ବ୍ୟକ୍ତି କିମ୍ଵା ହଲ୍ର କ୍ଷମତାର ୫୦ ପ୍ରତିଶତ ଲୋକଙ୍କ ସହିତ ଇନଡୋର ବୈଠକ କରିବାକୁ ଅନୁମତି ଦେଇଛନ୍ତି। ଏହା ବ୍ୟତୀତ ମୋଡେଲ୍ କୋଡ୍ ଅଫ କଣ୍ଡକ୍ଟର(ଏମସିସି) ନିୟମ ଏବଂ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରିବାକୁ ରାଜନୈତିକ ଦଳ ଗୁଡିକୁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି। ଇସିଆଇ ରାଜ୍ୟ/ଜିଲ୍ଲା ପ୍ରଶାସନକୁ ଏମସସି ଏବଂ କୋଭିଡ୍ ଗାଇଡ୍ର ଅନୁପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ଉପରେ ମୋହର ଲାଗିଛି । ବୈଠକରେ ବଢୁଥିବା କରୋନା ସଂକ୍ରମଣ ଓ ବର୍ତମାନର ସ୍ଥିତି ନେଇ ଆଲୋଚନା ହୋଇଥିଲା । ବୈଠକରେ ନିର୍ବାଚନ ହେଉଥିବା ରାଜ୍ୟର ମୁଖ୍ୟଶାସନ ସଚିବ ଯୋଗ ଦେଇଥିଲେ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ସାର୍ବଜନୀନ ରାଲି, ରୋଡ୍ ଶୋ ଏବଂ ବାଇକ ରାଲି ସମେତ ଅନେକ ନିର୍ବାଚନ ସମ୍ବନ୍ଧିତ କାମ ଉପରେ ଜାନୁଆରୀ ୧୫ ପର୍ଯ୍ୟନ୍ତ କଟକଣା ଲଗାଇଥିଲେ।
Powered by Froala Editor