ହୃଦଘାତରେ ‘ଏନ୍ଡିଟିଭି’ର ବ୍ୟୁରୋମୁଖ୍ୟ କମଲ ଖାନ୍ଙ୍କ ମୃତ୍ୟୁ
‘ଏନ୍ଡିଟିଭି’ର ବରିଷ୍ଠ ବ୍ୟୁରୋମୁଖ୍ୟ କମଲ ଖାନ୍ଙ୍କର ହୃଦଘାତରେ ପରଲୋକ ହୋଇଛି। ୬୧ ବର୍ଷୀୟ ବୟସରେ ବରିଷ୍ଠ ସାମ୍ବାଦିକ କମଲ ଖାନ୍ଙ୍କର ଲକ୍ଷ୍ନୌର ବଟଲର ପ୍ୟାଲେସ କଲୋନୀରେ ମୃତ୍ୟୁବରଣ କରିଛନ୍ତି । ଦୃଦଘାତ ହେତୁ ତାଙ୍କର ମୃତ୍ୟୁ ଘଟିଥିବା କଥା ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି ।
କମଲ ଖାନ୍ ଉତ୍ତରପ୍ରଦେଶରେ NDTVର କାର୍ଯ୍ୟକାରୀ ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବରିଷ୍ଠ ସାମ୍ବାଦିକ କମଲ ଖାନଙ୍କ ମୃତ୍ୟୁରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି । ବିଗତ ୩ ଦଶକ ଧରି ସେ ସାମ୍ବାଦିକତା କରି ଆସୁଥିଲେ । NDTVରେ ଗତ ୨୨ ବର୍ଷ ଧରି କାର୍ଯ୍ୟ କରୁଥିଲେ କମଲ ଖାନ । ତାଙ୍କ ଦ୍ବାରା ରିପୋର୍ଟ ହୋଇଥିବା ଖବର ଉପରେ ସମଗ୍ର ଦେଶବାସୀଙ୍କର ଅଗାଧ ବିଶ୍ବାସ ଥିଲା। ତାଙ୍କର ବିୟୋଗ ଯୋଗୁଁ ଗଣମାଧ୍ୟମ ଦୁନିଆରେ ବଡ଼ କ୍ଷତି ଘଟିଛି।
ଏଭଳି ଦୁଃଖଦାୟ ଘଟଣା ସଂକ୍ରାନ୍ତରେ ଟୁଇଟ୍ କରି ‘ଏନ୍ଡିଟିଭି’ ଲେଖିଛି, ‘ଏନ୍ଡିଟିଭି’ର ଜଣେ ବରିଷ୍ଠ ତଥା ଦେଶର ଜଣେ ସର୍ବୋତ୍ତମ ସାମ୍ବାଦିକ କମାଲ୍ ଖାନ୍ଙ୍କୁ ହରାଇ ଆମେ ଭାଙ୍ଗିପଡ଼ିଛୁ। କମଲ ଖାନଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ ଶୋକସନ୍ତପ ପରିବାରଙ୍କ ପ୍ରତି ଗଭୀର ସମବେଦନା ଦେବା ସହ ଏହା ସାମ୍ବାଦିକତା ପାଇଁ ଏକ ଅପୂରଣୀୟ କ୍ଷତି ବୋଲଳି କହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ।
Powered by Froala Editor