ବାୟୁରେ ୫ ମିନିଟ୍ ଯାଏଁ ସକ୍ରିୟ ରହୁଛି ଓମିକ୍ରନ୍
ଭୁବନେଶ୍ଵର : ଓମିକ୍ରନ୍ ବାୟୁରେ ୫ ମିନିଟ୍ ଯାଏଁ ସକ୍ରିୟ ରହୁଛି। ବାୟୁରେ ୫ ମିନିଟ୍ ରହିବା ପରେ ଏହା ଆଉ ସଂକ୍ରମଣ କରୁନି। ୨୦ ମିନିଟ୍ ପରେ ନିଷ୍କ୍ରିୟ ହୋଇଯାଉଛି। ତେଣୁ ଯଦି ଆମେ ମାସ୍କ ପିନ୍ଧିବା ତେବେ ଓମିକ୍ରନ୍ରୁ ବର୍ତ୍ତି ପାରିବା। ଓମିକ୍ରନ୍ ହେଲେ ବହୁ ମାତ୍ରାରେ ତଣ୍ଟି ଦରଜ ହେଉଛି। ନାକ ବହିବା ସହ ଛିଙ୍କ ଓ ଜ୍ଵର ହେଉଛି। ହେଲେ ଏହା ୪ ରୁ ୫ ଦିନରେ ଭଲ ହୋଇଯାଉଛି। ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ଏହା କହିଛନ୍ତି।
ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ, ଜଣେ ଓମିକ୍ରନ୍ ଚିହ୍ନଟ ହେବା ଅର୍ଥ ଆଉ ୬୦ ରୁ ୯୦ ଜଣ ଓମିକ୍ରନ୍ ଆକ୍ରାନ୍ତ ଅଛନ୍ତି। ଯେଉଁମାନେ କି ସ୍ୱଳ୍ପ ଲକ୍ଷଣ ବା ଲକ୍ଷଣହୀନ, କିନ୍ତୁ ଚିହ୍ନଟ ହୋଇନାହାନ୍ତି । ଯେହେତୁ ଏହା ଗୁରୁତର ରୋଗ କରୁନି, ସମାଜରେ ହର୍ଡ ଇମ୍ୟୁନିଟି ହୋଇଯିବ । ଏବେ ମୁମ୍ବାଇ ପିକ୍ରେ ପହଞ୍ଚି ଗଲାଣି । ଆଗାମୀ ୧୦ ରୁ ୧୨ ଦିନରେ ଓଡ଼ିଶା ପିକରେ ପହଞ୍ଚିବ । ସେପର୍ୟ୍ୟନ୍ତ କେସ୍ ଲୋଡ଼ ବଢ଼ିବ । ତାକୁ ନେଇ ଭୟଭୀତ ହେବା ଅନୁଚିତ୍। ତୃତୀୟ ଲହରରେ ଏଯାଏଁ କୋଭିଡ ପରବର୍ତ୍ତୀ ଜଟିଳତା ଦେଖାଯାଇନି । ଏବେ ସାଧାରଣ ଫ୍ଲୁ ଲକ୍ଷଣ ଥିବା ଲୋକଙ୍କୁ ପରୀକ୍ଷା କଲେ ୫୦%ଙ୍କ ପାଖରେ ଓମିକ୍ରନ୍ ବାହାରିବ । ଏବେ ଘରେ ଘରେ ଓମିକ୍ରନ୍ । ଏହା ସମସ୍ତଙ୍କୁ ଆକ୍ରାନ୍ତ କରିବ । ତେଣୁ ସଭିଏଁ କୋଭିଡ୍ ଅନୁକୂଳ ନିୟମ ମାନନ୍ତୁ ।
Powered by Froala Editor