ନିର୍ବାଚନ ଲଢ଼ିବେ ବିକିନି ଗାର୍ଲ, ହସ୍ତିନାପୁରରୁ ଟିକେଟ ଦେଲା କଂଗ୍ରେସ
ମଡେଲିଂରେ କ୍ୟାରିୟର କରିବା ପରେ ରାଜନୀତିକୁ ଓହ୍ଲାଇଛନ୍ତି ବିକିନି ଗାର୍ଲ ଅର୍ଚ୍ଚନା ଗୌତମ। ଉତ୍ତର ପ୍ରଦେଶ ମେରଠର ହସ୍ତିନାପୁରରୁ ତାଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଛି କଂଗ୍ରେସ । କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି ତାଙ୍କ ଉପରେ ଭରସା କରି ଏହି ଟିକେଟ ତାଙ୍କୁ ଦେଇଛନ୍ତି।
ପ୍ରଥମ ପର୍ଯ୍ୟାୟରେ ପ୍ରିୟଙ୍କା ଗାନ୍ଧି ୧୨୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଏଥିରେ ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ଆଶା ସିଂଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଅର୍ଚ୍ଚନାଙ୍କୁ ମଧ୍ୟ ମୈଦାନକୁ ଓହ୍ଲାଇଛି । ଯାହାକୁ ନେଇ ରାଜନୀତି ବେଶ ସରଗରମ ହେବାରେ ଲାଗିଛି ।
ତେବେ କାଣିଛନ୍ତି କି କିଏ ଏହି ବିକିନି ଗାର୍ଲ ?
ଅର୍ଚ୍ଚନା ଗୌତମ ପେଶାରେ ଜଣେ ଅଭିନେତ୍ରୀ, ମଡେଲ । ସେ ମେରଠର IIMTରୁ BJMCରେ ଡିଗ୍ରୀ ହାସଲ କରିଛନ୍ତି। ୨୦୧୪ରେ ଅର୍ଚ୍ଚନା ମିସ୍ ଉତ୍ତରପ୍ରଦେଶ ଟାଇଟଲ ହାତେଇ ଥିଲେ। ଏହା ପରେ ସେ ‘ମିସ୍ ବିକିନି ଇଣ୍ଡିଆ, ମିସ୍ ବିକିନି ୟୁନିଭର୍ସ ଇଣ୍ଡିଆ ଏବଂ ମିସ୍ ବିକିନି ୟୁନିଭର୍ସ’ର ବିଜେତା ହୋଇଥିଲେ। ସେ ମିସ୍ କସ୍ମୋସ୍ ୱାର୍ଲ୍ଡ ୨୦୧୮ ରେ ମଧ୍ୟ ଭାରତ ପାଇଁ ପ୍ରତିନିଧିତ୍ୱ କରିଥିଲେ।
ଅର୍ଚ୍ଚନା ଗୌତମ ସେ ମୋଷ୍ଟ ଟ୍ୟାଲେଣ୍ଟ ୨୦୧୮ର ଟାଇଟଲ ମଧ୍ୟ ଜିତିଛନ୍ତି। ସେ ୨୦୧୫ରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହାପରେ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ ପାଦ ରଖିଥିଲେ । ସେଠାରେ ସେ ବିକିନି ଗାର୍ଲ ରୂପେ ଜଣାଶୁଣା।
Powered by Froala Editor