ବିଜେପିକୁ ଝଟ୍କା : ଦଳ ଛାଡିଲେ ଆଉ ଜଣେ ଓବିସି ବିଧାୟକ
ବିଜେପିକୁ ଝଟ୍କା ପରେ ଝଟ୍କା ଲାଗୁଛି । ଦଳରୁ ଜଣକ ପରେ ଜଣେ ମନ୍ତ୍ରୀ ଓ ବିଧାୟକ ବିଜେପି ଛାଡ଼ୁଛନ୍ତି। ଗତ ୩ଦିନରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ ଅନ୍ୟ ୪ ଜଣ ଓବିସି ବିଧାୟକ ଦଳ ଛାଡିବା ପରେ ଏବେ ମୁକେଶ ବର୍ମା ବିଜେପିକୁ ବାଏ ବାଏ କହିଛନ୍ତି। ଏନେଇ ସେ ଟ୍ୱିଟ କରି ସୂଚନା ଦେଇଛନ୍ତି।
ମୁକେଶ ବର୍ମା ଇସ୍ତଫା ଦେଇ କହିଛନ୍ତି ଯେ, ବିଜେପି ସରକାର ୫ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦଳିତ, ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ତଥା ଜନ ପ୍ରତିନିଧୀଙ୍କ ପ୍ରତି କୌଣସି ଧ୍ୟାନ ଦେଇନଥିଲେ ଏବଂ ସେଥିପାଇଁ ସମ୍ପ୍ରଦାୟଗୁଡିକ ଅବହେଳିତ ହୋଇଥିଲେ। ତେଣୁ ମୁଁ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି।
ମୁକେଶ ବର୍ମାଙ୍କ ପୂର୍ବରୁ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଅବତାର ସିଂହ ଭଦନା, ତିନ୍ଦୱାରୀର ବ୍ରଜେଶ ପ୍ରଜାପତି, ତିଲହାରର ରୋଶନ ଲାଲ ଭର୍ମା ଏବଂ ବିଲହୌର ଭଗବତୀ ସାଗର ଗତ ୩ଦିନ ମଧ୍ୟରେ ବିଜେପି ଛାଡିଛନ୍ତି । ଏମାନଙ୍କ ଭଳି ଫିରୋଜାବାଦର ମୁକେଶ ମଧ୍ୟ ଓବିସି ନେତା। ମୁକେଶ ତାଙ୍କ ଇସ୍ତଫାପତ୍ରରେ ଦଳ ଓବିସି ପ୍ରତି ଅବହେଳା କରୁଥିବା ଦର୍ଶାଇଛନ୍ତି। ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଡାକରାରେ ମୁକେଶ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି।
Powered by Froala Editor