୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟରେ କାର୍ଯ୍ୟ ବନ୍ଦ
ଆସନ୍ତାକାଲି ଅର୍ଥାତ ୧୩ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟରେ କାର୍ଯ୍ୟ ବନ୍ଦ ରହିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଜାନୁଆରି ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟକୁ ସଂପୂର୍ଣ୍ଣ ଭାବେ ସଟ୍ ଡାଉନ କରାଯାଇଛି। ଏ ନେଇ ଆଜି ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜାନୁଆରି ୧୮ରୁ ହାଇକୋର୍ଟ କାର୍ଯ୍ୟାଳୟରେ ପୁଣି କାର୍ଯ୍ୟ ଆରମ୍ଭ ହେବ। ବିଭିନ୍ନ ଖଣ୍ଡପୀଠରେ ଜାନୁଆରି ୧୩ ଓ ୧୭ ତାରିଖରେ ମାମଲା ଶୁଣାଣି ପାଇଁ ପୂର୍ବରୁ ପ୍ରକାଶିତ ବିଜ୍ଞପ୍ତି ବାତିଲ କରାଯାଇଛି।
Powered by Froala Editor