ବିଜେପି ମୁଖ୍ୟାଳୟରେ ୪୨ କରୋନା ସଂକ୍ରମିତ ଚିହ୍ନଟ
ଦିଲ୍ଲୀ ଦିନଦୟାଲ ଉପାଧ୍ୟାୟ ମାର୍ଗରେ ଥିବା ବିଜେପି କାର୍ଯ୍ୟାଳୟରେ ମୋଟ ୪୨ ଜଣ କର୍ମଚାରୀ ଓ ସୁରକ୍ଷା କର୍ମୀ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସୋମବାର ବିଜେପିର କୋର ଗ୍ରୁପ୍ ମିଟିଂ ପୂର୍ବରୁ ଏଠାରେ କାମ କରୁଥିବା ଲୋକଙ୍କ ସମୂହ ଟେଷ୍ଟିଂ କରାଯାଇଥିଲା। ଏହାପରେ ୪୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କରୋନାରେ ଆକ୍ରାନ୍ତ ହୋଇଥିବା ଅଧିକାଂଶ ଲୋକ ସାଇନିଟେସନ କର୍ମଚାରୀ ବୋଲି ଜଣାପଡ଼ିଛି। କରୋନାରେ ଆକ୍ରାନ୍ତ ହୋଇଥିବା ୪୨ ଜଣଙ୍କୁ ଏବେ ସେଲ୍ଫ ଆଇସୋଲେସନରେ ରହିବାକୁ କୁହାଯାଇଛି। ବିଜେପି ମୁଖ୍ୟାଳୟ ପକ୍ଷରୁ କେବଳ ଜରୁରୀ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି।
ମଙ୍ଗଳବାର ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ବିଜେପିର କୋର କମିଟି ବୈଠକ ବସିଥିଲା। ଆଜି ଦ୍ୱିତୀୟ ରାଉଣ୍ଡ ବୈଠକ ବସିଛି। ଏହାପୂର୍ବରୁ କରୋନା ସଂକ୍ରମଣର ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବେ କେନ୍ଦ୍ରମନ୍ତ୍ରୀ ନୀତିନଗଡକରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ।
Powered by Froala Editor