ଏସ୍ଏଚ୍ଜି ମହିଳାଙ୍କ ଅପମାନ ଯୋଗୁଁ ଲାଇଭ ଆତ୍ମହତ୍ୟା କଲେ ୩ ଜଣ
ସ୍ୱଂୟ ସହାୟକ ଗୋଷ୍ଠୀ(ଏସଏଚ୍ଜି)ରେ ଥିବା ମହିଳା ସଦସ୍ୟଙ୍କ ନିର୍ଯାତନା ସହି ନ ପାରି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଜଙ୍ଗଲରେ ଗଛରେ ଝୁଲିପଡି ଆତ୍ମହତ୍ୟା କରିଛନ୍ତି। ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବାକ୍କିହାଲିରେ ଏପରି ଘଟଣା ଘଟିଛି। ଜାନୁଆରୀ ୮ରେ ଏହି ଲୋକହର୍ଷଣକାରୀ ଘଟଣା ଘଟିଥିଲା। ଆତ୍ମହତ୍ୟା କରିଥିବା ଲୋକମାନେ ହେଲେ ଅଶୋକ ଅଶୋକ ନାସକର(ପୁନମଙ୍କ ସ୍ୱାମୀ), ରୀତା(ପୁନମଙ୍କ ଭାଉଜ) ଏବଂ ଅଭିଷେକ(ପୁନମଙ୍କ ଭାଇ) । ଏପରିକି ଆତ୍ମହତ୍ୟାର ଏହି ଦୃଶ୍ୟକୁ ଫେସବୁକରେ ଲାଇଭ ମଧ୍ୟ କରିଥିଲେ।
ଭିଡିଓ ଅଭିଷେକଙ୍କ ଦ୍ୱାରା ଫେସବୁକ ଲାଇଭ କରାଯାଇଥିଲା ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ଭଉଣୀ କାମ କରୁଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ପାଇଁ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ତାଙ୍କ ଭଉଣୀ ପୁନମଙ୍କୁ ୧୪ ଲକ୍ଷ ଟଙ୍କା ଅର୍ଥର ଅପବ୍ୟବହାର କରିଥିବା ଅଭିଯୋଗ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜାନୁଆରୀ ୮ ରେ ତାଙ୍କ ଘର ବାହାରେ ଏକତ୍ରିତ ହୋଇ ସେମାନଙ୍କୁ ଅପମାନିତ କରିଥିଲେ ।
ମହିଳା ସଦସ୍ୟମାନେ ପ୍ରଥମେ ପରିବାରର ଚାରିଜଣ ସଦସ୍ୟଙ୍କୁ ଘରୁ ବାହାର କରି ଘରେ ତାଲା ପକାଇ ଦେଇଥିଲେ। ତା’ପରେ ସେମାନେ ପୁନମଙ୍କୁ ସାଙ୍ଗରେ ନେଇଗଲେ । ସ୍ଥାନୀୟ ଲୋକ କହିଛନ୍ତି ଯେ ପୁନମ ଏବଂ ତାଙ୍କ ସ୍ୱାମୀଙ୍କୁ ବନ୍ଧା ହୋଇ ଗାଁରେ ପ୍ୟାରେଡ କରାଯାଇଥିଲା। ଏହା ପରେ, ସେମାନଙ୍କୁ ଏକ ଖୁଣ୍ଟିରେ ବାନ୍ଧି ଚାଲିଯାଇଥିଲେ । ଏହି ଘଟଣାକୁ ନେଇ ଅପମାନର ଶିକାର ହୋଇଥିବା ଅଶୋକ(ପୁନମଙ୍କ ସ୍ୱାମୀ), ରୀତା(ପୁନମଙ୍କ ଭାଉଜ) ଏବଂ ଅଭିଷେକ(ପୁନମଙ୍କ ଭାଇ)ଙ୍କୁ ଜଙ୍ଗଲକୁ ଯାଇ ଆତ୍ମହତ୍ୟା କରିଥିଲେ |
Powered by Froala Editor