ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୪୬୧କୁ ବୃଦ୍ଧି
ନୂଆଦିଲ୍ଲୀ: ଉପରମୁହାଁ ହେଉଛି କରୋନା ସଂକ୍ରମଣ । କାୟା ମେଲାଉଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଦେଶବାସୀଙ୍କ ମନରେ ଛନକା ପଶିଛି । କିପରି ଓମିକ୍ରନର ମୁକାବିଲା କରିହେବ, ଏଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି, ତଥାପି ସବୁ କଟକଣାକୁ ଭେଦ କରି ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରିବାରେ ଲାଗିଛି ।
ଏହାରି ଭିତରେ ଦେଶରେ ୨୮ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ ପଶି ତା’ର କାୟା ବିସ୍ତାର କରିବାରେ ସଫଳ ହୋଇଛି । ଦେଶରେ ୪ହଜାର ପାର୍ କରିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୪୬୧କୁ ଛୁଇଁଛି ।
ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି । ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୦ ପାର୍ କରିଛି । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୭ରେ ପହଞ୍ଚିଛି । ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫୪୬, ରାଜସ୍ଥାନରେ ୬୪୫, କେରଳରେ ୩୫୦, କର୍ଣ୍ଣାଟକରେ ୪୭୯, ଗୁଜୁରାଟରେ ୨୩୬, ତେଲେଙ୍ଗାନାରେ ୧୨୩, ତାମିଲନାଡୁରେ ୧୮୫, ହରିଆଣାରେ ୧୨୩, ଓଡିଶାରେ ୧୦୩ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି ।
ଉତ୍ତର ପ୍ରଦେଶରେ ୨୭୫, ଆନ୍ଧ୍ରପ୍ରଦେଶରେ ୨୮, ପଶ୍ଚିମବଙ୍ଗରେ ୨୭, ପଞ୍ଜାବରେ ୨୭, ବିହାରରେ ୨୭, ଗୋଆରେ ୨୧, ମଧ୍ୟପ୍ରଦେଶରେ ୧୦, ଆସାମରେ ୯, ଉତ୍ତରାଖଣ୍ଡରେ ୮, ମେଘାଳୟରେ ୫, ଜମ୍ମୁ କାଶ୍ମୀରରେ ୪, ଚଣ୍ଡିଗଡରେ ୩, ଆଣ୍ଡାମାନ ନିକୋବରରେ ୩, ପୁଡୁଚେରୀରେ ୨, ହମାଚଳପ୍ରଦେଶରେ ୧, ଲଦାଖରେ ୧, ଛତିଶଗଡରେ ୧ ଓ ମଣିପୁରରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏଥି ମଧ୍ୟରୁ ୧ହଜାର ୭୧୧ ଜଣ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୨ହଜାର ୭୫୦ଜଣ ଚିକିôିସିତ ହେଉଛନ୍ତି ।
Powered by Froala Editor