ଆଜି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ!
ଭୁବନେଶ୍ୱର: ଗୋଟିଏ ପଟେ କରୋନାର ଦ୍ରୁତ ସଂକ୍ରମଣ ସହ କରୋନାର ନୂଆ ଭାରେିଆଣ୍ଟ ଓମିକ୍ରନର କାୟା ବିସ୍ତାର ଓ ଅନ୍ୟପଟେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ ପଂଚାୟତ ନିର୍ବାଚନ ହେବ କି ନାହିଁ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଆଜି ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ । ଗତକାଲି ସନ୍ଧ୍ୟାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ ସାକ୍ଷାତ କରିବା ପରେ ଏନେଇ କଳ୍ପନାଜଳନା ବଢିବାରେ ଲାଗିଛି । ଗତକାଲି ହୋଇଥିବା ସାକ୍ଷାତ ପରେ ଆଜି ଦିନ ୧୧ଟା ୩୦ରେ ରାଜ୍ୟ ନିର୍ବାଚନ କମିଶନର ଗୀତଗୋବିନ୍ଦ ସଦନରେ ପ୍ରେସମିଟ୍ ଡାକିଛନ୍ତି । ପ୍ରେସମିଟ୍ରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଥିବା କୁହାଯାଉଛି ।
ସୂଚନାଥାଉକି ଗତକାଲି ସାକ୍ଷାତ ସମୟରେ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ଗତକାଲି ହୋଇଥିବା ସର୍ବଦଳୀୟ ବୈଠକ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ଏହ ସହିତ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ, ପୁଲିସ୍ ଡିଜି ସୁନୀଲ ବଂଶଲ ଓ ଗୃହ ସଚିବଙ୍କୁ ଭେଟି ଆଲୋଚନା କରିଛନ୍ତି ।
Powered by Froala Editor