କଂଗ୍ରେସରେ ଯୋଗ ଦେଲେ ସୋନୁଙ୍କ ଭଉଣୀ ମାଳବିକା

ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ଆଜି ବିଦ୍ଧିବଧ ଭାବେ ପଞ୍ଜାବ କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜି ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂ ସିଦ୍ଧୁ ସୋନୁଙ୍କ ଘରେ ପହଞ୍ଚିଥିଲେ। ଏହି ଭେଟଘାଟ ପରେ ସୋନୁଙ୍କ ଭଉଣୀ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ । ସବୁଠୁ ବଡ କଥା ହେଉଛି ମାଲବିକାଙ୍କୁ କଂଗ୍ରେସରେ ସାମିଲ କରି ମୋଗାରୁ ପ୍ରାର୍ଥୀ କରିପାରେ ଦଳ ।
ସୂଚନାଯୋଗ୍ୟ, ସୋନୁଙ୍କ ଘର ପଞ୍ଜାବର ମୋଗା ଜିଲ୍ଲାରେ। ଗତବର୍ଷ ନିର୍ବାଚନ କମିଶନ ସୋନୁ ସୁଦଙ୍କୁ ପଞ୍ଜାବର ଷ୍ଟେଟ ଆଇକନ ଭାବେ ନିଯୁକ୍ତ ଦେଇଥିଲେ। ମହାମାରୀ କରୋନା ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ସେ ନିଜ ଖର୍ଚ୍ଚରେ ଅନେକ ଲୋକଙ୍କୁ ସହଯୋଗ କରିଥିଲେ। ଏଥିପାଇଁ ସାରା ଦେଶରେ ତାଙ୍କୁ ବେଶ ପ୍ରଶଂସା କରାଯାଇଥିଲା।
ଆଉ ପଞ୍ଜାବର ପୁଅ ହୋଇଥିବାରୁ ପଞ୍ଜାବବାସୀ ମଧ୍ୟ ଏଥିପାଇଁ ବେଶ ଗର୍ବ ଅନୁଭବ କରିଥିଲେ । ତେଣୁ ସୋନୁଙ୍କ ଭଉଣୀଙ୍କ ଜରିଆରେ ପଞ୍ଜାବବାସୀଙ୍କ ଆର୍ଶୀବାଦ ଆପଣାଇବା ଲକ୍ଷ୍ୟରେ ରହିଛି କଂଗ୍ରେସ । ସୋନୁ ସୁଦ ନିଜେ ରାଜନୀତି ମୈଦାନକୁ ଲମ୍ଫ ମାରିନଥିଲେ ମଧ୍ୟ ଭଉଣୀ ମାଳବିକା ଏଥର ରାଜନୀତି ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଆଉ ସୋନୁଙ୍କ ଲୋକପ୍ରିୟତା ମାଳବିକାଙ୍କ ପାଇଁ ସବୁଠୁ ବଡ ଭୋଟବ୍ୟାଙ୍କ ବୋଲି କୁହାଯାଉଛି ।
Powered by Froala Editor