ଅଦ୍ଭୁତ ଶିଶୁପୁତ୍ର ଜନ୍ମ : ଗୋଟିଏ ଆଖି ବଡ଼, ହାତରେ ନାହିଁ ୩ଟି ଆଙ୍ଗୁଠି

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ମୈଦଲପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ଅଦ୍ଭୁତ ଶିଶୁକୁ ଜନ୍ମ ଦେଇଛନ୍ତି । ଶିଶୁର ମୁହଁରେ ଗୋଟିଏ ବଡ଼ ଆଖି ଥିବାବେଳେ ଆଉ ଏକ ଆଖି ଛୋଟ ଆକୃତି ହେବା ସହ ମୁହଁରେ ଖାଲ ହୋଇ ବିକୃତ ଦେଖାଯିବ ସହ ବାଁ ହାତରେ ୩ଟି ଆଙ୍ଗୁଠି ନାହିଁ। ଶିଶୁଟି ଅଦ୍ଭୁତ ଦିଶିବାପରେ ଡାକ୍ତର ପାପଡାହାଣ୍ଡି ନେବାକୁ କହିଥିଲେ। ପାପଡାହାଣ୍ଡିରେ ଡାକ୍ତର ଶିଶୁ ଟିକୁ ଦେଖିବା ପରେ ଶିଶୁଟିର ଅସ୍ତ୍ରପଚାର ପାଇଁ ପରାମର୍ଶ ଦେଇଥିଲେ। ଶିଶୁକୁ ପରିବାର ଲୋକେ ନବରଙ୍ଗପୁର ନେବାପରେ ସେଠାରୁ ଶିଶୁକୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।
ସୂଚନା ମୁତାବକ, ପାପଡାହାଣ୍ଡି ବ୍ଲକ ମୈଦଲପୁର ପଂଚାୟତ ର ଜବାଗୁଡା ଗ୍ରାମର ହୀରାଧର ଜାନିଙ୍କ ଗର୍ଭବତୀ ପତ୍ନୀ ପ୍ରମିଳା ଜାନି ଗତ ଶନିବାର ଦିନ ଯନ୍ତ୍ରଣା ହେବାରୁ ମୈଦଲପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସେଠାରେ ସେ ଏକ ଅଦ୍ଭୁତ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।
Powered by Froala Editor