ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ଆକ୍ରାନ୍ତ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ରାଜନାଥ ସିଂହ ଟ୍ବିଟ କରି ଜଣାଇବା ସହ ନିଜକୁ ସଙ୍ଗରୋଧ କରିଥିବା କହିଛନ୍ତି। ଏହା ସହ ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ସେ ଜଣାଇଛନ୍ତି।
ସେ କରିଥିବା ଟ୍ବିଟରେ ଲେଖାଯାଇଛି କି, ମୁଁ ଆଜି ସାମାନ୍ୟ ଲକ୍ଷଣ ସହିତ କରୋନା ଆକ୍ରାନ୍ତ ହୋଇଛି। ମୋର ରିପୋର୍ଟ ପଜିଟିଭ୍ ଆସିଛି। ରିପୋର୍ଟ ପଜିଟିଭ ଆସିବା ପରେ ମୁଁ ଘର ନିଜକୁ ସଙ୍ଗରୋଧ କରିଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ମୋ ସଂଶ୍ପର୍ଷରେ ଆସିଛନ୍ତି ସେମାନେ ନିଜକୁ ସଙ୍ଗରୋଧ କରନ୍ତୁ ଏବଂ କରୋନା ପରୀକ୍ଷା କରାଇନିଅନ୍ତୁ।
ଚାରିଆଡେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍କୁ ନେଇ ଜାରି ଆତଙ୍କ ରହିଛି । ଏହି କାରଣ ଯୋଗୁଁ ଲୋକଙ୍କୁ ସୁରକ୍ଷିତ ରହିବା ଏବଂ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି। କୁହାଯାଉଛି ଯେ, ଭାରତରେ ଫେବ୍ରୁଆରୀ ମାସ ଆଡକୁ କରୋନା ଚରମ ସୀମାରେ ପହଞ୍ଚିବ। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମେତ ଅନେକ ମନ୍ତ୍ରୀ ଆଉ ନେତା ମଧ୍ୟ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।
Powered by Froala Editor