ଆପାର୍ଟମେଣ୍ଟ୍ ନିଆଁରେ ଜଳିଗଲେ ୧୯ ଜଣ

ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରର ଏକ ଆପାର୍ଟମେଣ୍ଟରେ ଗତକାଲି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ ଛୁଆଙ୍କ ସମେତ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ୬୦ରୁ ଊର୍ଦ୍ଧ୍ୱ ଲୋକ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅଧିକାଂଶ ପୀଡ଼ିତ ଧୂଆଁରେ ରୁନ୍ଧି ହୋଇ ଅସୁସ୍ଥ ହୋଇପଡ଼ିଥିବା କଥା ‘ଏଫ୍ଡିଏନ୍ୱାଇ’ କମିସନର୍ ଡାନିଏଲ୍ ନିଗ୍ରୋ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ‘ଏଫ୍ଡିଏନ୍ୱାଇ’ କହିବା ଅନୁସାରେ, ଇଷ୍ଟ୍ ୧୮୧ତମ ଷ୍ଟ୍ରିଟ୍ରେ ଅବସ୍ଥିତ ୧୯ ତାଲା ବିଶିଷ୍ଟ ବ୍ରୋଙ୍କ୍ସ୍ଙ୍କ ‘ଟୁଇନ୍ ପାର୍କ’ ଆପାର୍ଟମେଣ୍ଟ୍ରେ ଲାଗି ଥିବା ନିଆଁ ଲାଗିଥିଲା । ଯାହାକୁ ଲିଭାଇବା ପାଇଁ ପ୍ରାୟ ୨୦୦ ଦମକଳ କର୍ମଚାରୀ ନିୟୋଜିତ ହୋଇଥିଲେ। ନିଆଁ ସମଗ୍ର ଆପାର୍ଟମେଣ୍ଟକୁ ବ୍ୟାପି ଯାଇଥିବା ବେଳେ ପ୍ରତି ଫ୍ଲୋରରୁ ଅଗ୍ନିଶମ କର୍ମଚାରୀ ଗୁରତରଙ୍କୁ ଉଦ୍ଧାର କରିଛନ୍ତି। ଆପାର୍ଟମେଣ୍ଟରେ ଘଟିଥିବା ଅଗ୍ନିକାଣ୍ଡ କାରଣ ଜଣାପଡ଼ିନି। ଏହାର ତଦନ୍ତ ଆରମ୍ଭ ହୋଇଛି ।
Powered by Froala Editor