ଘରେ ବନାନ୍ତୁ କରୋନା କାଡ଼ା
କରୋନାର ପ୍ରଭାବ ଏତେ ମାତ୍ରାରେ ଗ୍ରାସ କରିଛି ସାରା ବିଶ୍ୱକୁ, ଯେ ଏହାର ଭୟାବହତା କାରଣରୁ ସାଧାରଣ ଜନତାଙ୍କ କ୍ଷେତ୍ରରେ ଏକ ସାଧାରଣ ଜୀବନ ବଞ୍ଚିବା କଷ୍ଟ ସାଧ୍ୟ ହୋଇଯାଇଛି । ଏହା ପରେ ପରେ ଏବେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ବହୁ ଦୃତ ଗତିରେ ବଢ଼ିବାରେ ଲାଗିଛି । ଏହିପରି ଭାବରେ ସମ୍ପୁର୍ଣ୍ଣ ମନୁଷ୍ୟ ଜାତିକୁ ଗତ ୨ବର୍ଷ ହେଲା କରୋନା ସାଧାରଣ ଜୀବନ ଜାପନ ବହୁ ଅସ୍ତବ୍ୟସ୍ତ କରି ପକାଇଛି ।
ଏହି ଶୀତଦିନରେ କରୋନାର ଭୟ ସହ ଅନ୍ୟ ପ୍ରକାରର ସାଧାରଣ ସଂକ୍ରମଣ ମନରେ ଏକ ପ୍ରକାରର ଭୟ ସୃଷ୍ଟି କରି ଦେଉଛି । ଏହା ଛଡ଼ା ଏହି ଦିନରେ ଲୋକଙ୍କ ଇମୁ୍ୟନିଟି ମଧ୍ୟ କମିଯାଇଥାଏ । ଫଳରେ ବହୁ ପ୍ରକାରର ରୋଗ ମନୁଷ୍ୟ ଶରୀରକୁ ପ୍ରବେଶ କରିଥାଏ । ବେଶୀ ଅସୁବିଧା ଲାଗିଥାଏ ଯେତେବେଳେ ଅତ୍ୟଧିକ ଥଣ୍ଡା ହୋଇ କଫ ଜମାହୋଇଥାଏ ।
ଏହି ସମୟରେ ଡ଼ାକ୍ତରଙ୍କୁ ପରାମର୍ଶ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିବା ସହ, ନିଜର ଯତ୍ନ ନେବା ପାଇଁ ଘରେ ପ୍ରସ୍ତୁତ କାଡ଼ା ପିଇବା ନିତ୍ୟାନ୍ତ ଆବଶ୍ୟକ । କାଢ଼ା ପିଇବା ଦ୍ୱାରା ଶରୀରର ଇମୁ୍ୟନିଟି ବଢ଼ିବା ସହ କରୋନାର ଆଶଙ୍କାକୁ କମାଯାଇପାରେ । ତେବେ ଆସନ୍ତୁ ଜାଣିବା ୩ ପ୍ରକାରର କାଢ଼ା ପ୍ରସ୍ତୁତ କରିବାର ପ୍ରଣାଳୀ ସଂପର୍କରେ । ଯାହା ଥଣ୍ଡା,କାସ ଓ ବିଭିନ୍ନ ପ୍ରକାରର ସମସ୍ୟାକୁ ରୋକିବାରେ ସାହାଯ୍ୟ କରିବ ।
୧. ଡାଲଚିନି କଢ଼ା – ଡାଲଚିନି ଏକ ଏମିତି ମସଲା ଯାହାକୁ ବହୁ ପ୍ରକାର ଘରୋଇ ନୁସ୍କା ଭାବେ ପ୍ରୟୋଗ କରାଯାଇଥାଏ । କାସ ଓ କଫ ଦୂର କରିବା ପାଇଁ ଏହି କାଢ଼ା ବହୁତ ଲାଭକାରୀ ହୋଇଥାଏ । ପ୍ରଥମେ ୧ ଗ୍ଲାସ ପାଣି ନିଅନ୍ତୁ । ଏଥିରେ ଡାଲଚିନି ପାଉଡର, ଅଦା, ତୁଳସୀ ଓ କଳାମରିଚ ପକାନ୍ତୁ । ଏହାକୁ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏବେ ଏହାକୁ ଛାଣି ଏଥିରେ ଅଳ୍ପ ମହୁ ମିଶା ଗରମ ଗରମ ପିଅନ୍ତୁ । ଏହା କଫ ଓ କାଶ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।
୨. ଅଦାରେ ପ୍ରସ୍ତୁତ କାଢ଼ା – ଅଦାରେ ପ୍ରସ୍ତୁତ କାଢ଼ା ବହୁତ ଗରମ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହାର ବ୍ୟବହାର ଦ୍ୱାରା ସର୍ଦ୍ଦି, କାସ ଓ ଜର ଭଳି ସମସ୍ୟା ଦୂର ହୋଇଥାଏ । ଏହାର କାଢ଼ା ତିଆରି କରିବା ପାଇଁ ପ୍ରଥମେ ପାଣି, ଅଦା, ତୁଳସୀ, କଳା ମରିଚ, ଜୁଆଣି ଓ ହଳଦୀ ମିଶାଇ ଫୁଟାନ୍ତୁ । ଏଥିରେ ଅଳ୍ପ ଲେମ୍ବୁ ରସ ମିଶାନ୍ତୁ । ଶେଷରେ ମହୁ ମିଶାଇ ଗରମ ଗରମ ପିଅନ୍ତୁ । କଫ ସମସ୍ୟା ତୁରନ୍ତ ଦୂର ହେବ ।
୩. ଜୁଆଣି କାଢ଼ା – ଜୁଆଣି ମଧ୍ୟ ଶରୀର ପାଇଁ ବହୁତ ଗରମ ହୋଇଥାଏ । ଏହା ସର୍ଦ୍ଦି ଓ କାଶ ଭଲ କରିବାରେ ଲାଭକାରୀ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଛାତିରେ ଜମା ହୋଇଥିବା କଫ ବାହାରି ଯାଇଥାଏ । ଏହାର କାଢ଼ା ତିଆରି କରିବା ପାଇଁ ପ୍ରଥମେ ୧ ଚାମଚ ଜୁଆଣି ପାଣିରେ ଫୁଟାଇ ଦିଅନ୍ତୁ । ଏଥିରେ ଗୁଡ଼ ପକାନ୍ତୁ । ୧୦ ମିନିଟ ସିଝାଇବା ପରେ ଛାଣି କରି ପିଅନ୍ତୁ । ଏହାକୁ ଦିନରେ ଅତି କମରେ ଦୁଇଥର ପିଅନ୍ତୁ । କିଛି ଦିନ ମଧ୍ୟରେ ଆପଣଙ୍କ କଫ ସମସ୍ୟା ଦୂର ହେବ ।
Powered by Froala Editor