ଖାଆନ୍ତୁ, ଖୁଆନ୍ତୁ ଫିସ୍ କଟଲେଟ୍
ଆବଶ୍ୟକ ସାମଗ୍ରୀ
ମାଛ ପେଟି ପସ୍ , ତେଲ, ଲୁଣ, ହଳଦୀ ପାଉଡର, ଲଙ୍କା ପାଉଡର, ଗରମ ମସଲା, ଦହି, କର୍ଣ୍ଣଫ୍ଲୋର, ଅଦା-ରସୁଣ ପେଷ୍ଟ, କଂଚା ଲଙ୍କା, ପିଆଜ, ଧନିଆ ପତ୍ର ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ମାଛର ପେଟି ପିସକୁ ଭଲଭାବେ ଧୋଇ ଏକ ପାତ୍ରରେ ରଖିବେ । ଏହାପରେ ଆଉ ଏକ ପାତ୍ର ନେଇ ସେଥିରେ, ଅଦା-ରସୁଣ ପେଷ୍ଟ, ହଳଦୀ ପାଉଡର, ଲଙ୍କା ପାଉଡର, ଲୁଣ, ଗରମ ମସଲା, ଦହି, କଟା ଧନିଆ ପତ୍ର କର୍ଣ୍ଣଫ୍ଲୋର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ଧୋଇ ରଖିଥିବା ମାଛକୁ ପକାଇ ଭଲଭାବେ ଗୋଳାଇ ୧୫ ରୁ ୨୦ ମିନିଟ ଯାଏ ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ମସଲା ଗୋଳା ମାଛକୁ ପକାଇ , ମଧ୍ୟମ ଆଂଚରେ ଫ୍ରାଏ କରିବେ । ଦେଖିବେ ଉଭୟ ପାଖ ଗୋଲ୍ଡେନ କଲର ହେବା ପରେ, ଏକ ପ୍ଲେଟକୁ କାଢି ରଖିବେ । ଏହାପରେ ତା ଉପରେ କିଛି କଟା ପିଆଜ, କଟା କଂଚା ଲଙ୍କା, କଟା ଧନିଆ ପତ୍ର ପକାଇବେ । ପ୍ରସ୍ତୁତ ହୋଇଗଲା ଫିସ୍ କଟଲେଟ୍ । ଏବେ ଏହାକୁ ମନପସନ୍ଦର ସସ୍ ଲଗାଇ ଖାଇ ପାରିବେ ।
Powered by Froala Editor