ପାରଳାଖେମୁଣ୍ଡି ଷ୍ଟାଡିୟମରେ ଚକ୍କର କାଟିଲା ଅଜଣା ହେଲିକପ୍ଟର, ଲୋକେ ଛାନିଆ
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ଠାରେ ଅଜଣା ହେଲିକପ୍ଟର ଲ୍ୟାଣ୍ଡ ଆସୁଥିବାବେଳେ ଏ ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୫ଟା ହେବ ହେଲିକପ୍ଟରଟି ପଡ଼ିଆ ମଝି ଅବତରଣ କରିବାକୁ ଉଦ୍ୟମ କରିଥିଲା। ମାତ୍ର ଛୋଟ ଛୋଟ ପିଲାମାନେ ଷ୍ଟାଡିୟମ୍ରେ ଖେଳୁଥିଲେ। ଏହି ସମୟରେ ହଠାତ ହେଲିକପ୍ଟର ତଳକୁ ଖସି ଆସିଥିଲା। ମାଟିଠାରୁ ପାଖାପାଖି ୨ରୁ ୩ ଫୁଟ୍ ଉପରେ ଉଡିଥିଲା। ଦୁଇ ଥର ପଡ଼ିଆରେ ଚକ୍କର କାଟିଥିଲା। ହେଲିକପ୍ଟର ପଙ୍ଖା ପବନରେ ପ୍ରବଳ ବେଗରେ ଧୂଳି ଉଠିଥିଲା। ଫଳରେ ପିଲାମାନେ ଦୌଡ଼ି ପଳାଇ ଯାଇଥିଲେ। ପରେ ହେଲିକପ୍ଟରଟି ପଳାଇ ଯାଇଥିଲା। ମାତ୍ର ଏନେଇ ଜିଲ୍ଲା ପ୍ରଶାସନ ବା ପୁଲିସ୍ ପାଖରେ କୌଣସି ଖବର ନାହିଁ। ସେପଟେ ଏହି ହେଲିକପ୍ଟରଟି କାହାର ଓ କାହିଁକି ପଡ଼ିଆରେ ଅଳ୍ପ ଦୂରରେ ଉଡୁଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏହି ହେଲିକପ୍ଟରଟି ଭାରତୀୟ ବାୟୁସେନାର ବୋଲି ଅନୁମାନ କରାଯାଉଛି ।
Powered by Froala Editor