ସମସ୍ତ ବିଦେଶ ଫେରନ୍ତାଙ୍କ ପାଇଁ ହୋମ କ୍ୱାରାଣ୍ଟିନ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀ ଭାରତରେ ପହଞ୍ଚିବାପରେ ୭ ଦିନ ବାଧ୍ୟତାମୂଳକ ହୋମ କ୍ୱାରାଣ୍ଟିନରେ ରହିବେ । କେନ୍ଦ୍ର ସରକାର ଯାତ୍ରା ନିଦେ୍ର୍ଧଶାବଳି ପରିବର୍ତ୍ତନ କରିବା ସହ ଏହି ନୂଆ କଟକଣା ଲଗାଇଛନ୍ତି । ଓମିକ୍ରନ ପାଇଁ ଦେଶରେ ସଂକ୍ରମଣ ମାଡ଼ି ଚାଲିଥିବାରୁ ଯାତ୍ରା ନିଦେ୍ର୍ଧଶାବଳିରେ ପରିବର୍ତ୍ତନ କରାଯାଇଛି । ବିପଦ ଥିବା ରାଷ୍ଟ୍ରମାନଙ୍କରୁ ଆସୁଥିବା ଯାତ୍ରୀମାନେ ଦେଶରେ ପହଞ୍ଚିବାପରେ ସେମାନଙ୍କ ନମୁନା ଦାଖଲ କରିବେ ।
ସେମାନଙ୍କ ଟେଷ୍ଟ ରିପୋର୍ଟ ଆସିବାପରେ ସେମାନେ ବିମାନବନ୍ଦର ଛାଡ଼ିବେ । ରିପୋର୍ଟ ନେଗେଟିଭ ଆସିଲେ ମଧ୍ୟ ଅନ୍ତର୍ଜାତୀୟ ଯାତ୍ରୀମାନେ ୭ ଦିନ ହୋମ୍ କ୍ୱାରାଣ୍ଟିନରେ ରହିବେ ଏବଂ ଅଷ୍ଟମ ଦିନରେ ପୁଣି ଆରଟିପିସିଆର ଟେଷ୍ଟ କରିବେ । ୫ ବର୍ଷରୁ କମ ବର୍ଷର ଶିଶୁଙ୍କର କୋଭିଡ ଟେଷ୍ଟ କରାଯିବନି । ଯଦି ସେମାନଙ୍କଠାରେ ଲକ୍ଷଣ ଦେଖାଦିଏ ତେବେ ସେମାନଙ୍କୁ ହୋମ କ୍ୱାରାଣ୍ଟିନରେ ରଖାଯିବ ।
Powered by Froala Editor