ଆଶ୍ୱସ୍ତିକର ଖବର ଦେଲେ ବିଶେଷଜ୍ଞ: ‘ଆଇଏଚ୍ୟୁ' ଏତେ ଭୟଙ୍କର ନୁହେଁ
![ଆଶ୍ୱସ୍ତିକର ଖବର ଦେଲେ ବିଶେଷଜ୍ଞ: ‘ଆଇଏଚ୍ୟୁ' ଏତେ ଭୟଙ୍କର ନୁହେଁ](https://odishanewslens.com/news_gallery/9614_1641624217.jpg)
ପ୍ୟାରିସ: କରୋନା ମହାମାରୀ ଭିତରେ ଆସିଲା ଆଶ୍ୱସ୍ତିକର ଖବର । ଫ୍ରାନ୍ସରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଆଇଏଚ୍ୟୁ' ଏତେ ଭୟଙ୍କର ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆଇଏଚ୍ୟୁର ସଂକ୍ରମଣ ଏତେ ଖୀପ୍ର ନୁହେଁ । ଏହା ଖୁବ୍ କମ୍ ସଂକ୍ରମଣ କରୁଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଯାହାକୁ ନେଇ ଏବେ ଲୋକମାନେ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିଛନ୍ତି ।
ଅପରପକ୍ଷରେ ଗବେଷକମାନେ କିନ୍ତୁ ଏହାକୁ ନେଇ ଭିନ୍ନ ମତ ଦେଇଛନ୍ତି । ସେମାନେ କହିଛନ୍ତି, ‘ଆଇଏଚ୍ୟୁ'କୁ ନେଇ ଏତେଶୀଘ୍ର ଅନୁମାନ ଲଗାଇବା ସଠିକ୍ ହେବନି । କାରଣ ଏବେ ପର୍ଯ୍ୟନ୍ତ ଏଥିରେ ଖୁବ୍ କମ୍ ଲୋକ ସଂକ୍ରମିତ ହୋଇଥିବା ବେଳେ ଏହା ଏବେ ପ୍ରାଥମିକସ୍ତରରେ ରହିଛି । ଏହି ସପ୍ତାହର ଆରମ୍ଭରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) କହିଥିଲା ଏବେ ପର୍ଯ୍ୟନ୍ତ ‘ଆଇଏଚ୍ୟୁ' ଏତେ ଭୟଙ୍କର ହୋଇନାହିଁ । ଡବ୍ଲୁଏଚ୍ଓ କହିଛି ଏହି ଭାରିଏଣ୍ଟ ଏବେ ପର୍ଯ୍ୟନ୍ତ କେବଳ ଫ୍ରାନ୍ସରେ ଦେଖାଯାଇଛି । ଅନ୍ୟ କେଉଁଠି ନୁହେଁ ।
Powered by Froala Editor