ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ, ଆଜି ରାଜ୍ୟରେ ୩୬୭୯ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଧୀରେଧୀରେ କରୋନା ଗ୍ରାଫ ଉପର ମୁହାଁ ହେବାରେ ଲାଗିଛି । ଗତ କିଛି ଦିନ ହେବ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୩୦୦୦ପାର୍ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୩୬୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୧୪୮ଜଣ ରହିଥିବାବେଳେ ୧୫୩୧ଜଣ ସ୍ଥାନୀୟ ସଂକ୍ରମଣ ରହିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୮ବର୍ଷରୁ କମ୍ ୩୮୪ ଜଣ ଛୁଆ ଅଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୧୨୨୩, ଅନୁଗୁଳରୁ ୫୫, କଟକରୁ ୩୧୦, ବାଲେଶ୍ୱରରୁ ୧୪, ବରଗଡରୁ ୪୮, ଭଦ୍ରକରୁ ୧୮, ବଲାଙ୍ଗୀରରୁ ୩୫, ବୌଦ୍ଧରୁ ୨, ଦେବଗଡରୁ ୨୦, ଢେଙ୍କାନାଳରୁ ୫, ଗଜପତିରୁ ୧୫, ଗଞ୍ଜାମରୁ ୪୨, ଜଗତସିଂହପୁରରୁ ୧୭, ଯାଜପୁରରୁ ୭୮, ଝାରସୁଗୁଡାରୁ ୧୩୪, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୬, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୪୪, କେରାପୁଟରୁ ୩୬, ମୟୂରଭଞ୍ଜରୁ ୮୦, ନବରଙ୍ଗପୁରରୁ ୪୪, ନୟାଗଡରୁ ୧୦, ନୂଆପଡାରୁ ୨୩, ପୁରୀରୁ ୧୦୦, ରାୟଗଡାରୁ ୨୧, ସମ୍ବଲପୁରରୁ ୩୭୨, ସୋନପୁରରୁ ୩୩, ସୁନ୍ଦରଗଡରୁ ୫୮୨ ଓ ରାଜ୍ୟପୁଲରୁ ୨୮୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୬୬ହଜାର ୧୫୫କୁ ବୃଦ୍ଧି ପାଇଛି ।
Powered by Froala Editor