ବନାନ୍ତୁ ଷ୍ଟ୍ରବେରୀ ଲଡୁ
ଆବଶ୍ୟକ ସାମଗ୍ରୀ:
ବେସନ, ଲୁଣ, ରୋଜ୍ ପିଙ୍କ୍ କଲର, ଚିନି, ଷ୍ଟ୍ରବେରୀ ଏସେନ୍ସ, ତେଲ, କାଜୁ, ପିସ୍ତାବାଦାମ୍ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ରରେ ବେସନ ନେଇ ସେଥିରେ ଲୁଣ ଏବଂ ଆବଶ୍ୟକ ଅନୁଯାୟୀ ପାଣି ମିଶାଇ ଗୋଳାଇବେ । ଏହାକୁ ଭଲଭାବେ ବହଳିଆ କରି ଗୋଳାଇବେ । ଦେଖିବେ ଯେପରି ଏଥିରେ ଗୋଟଳି ରହି ନଯାଏ । ଏହାପରେ ସେଥିରେ ରୋଜ୍ ପିଙ୍କ୍ କଲର ଅଳ୍ପ ପକାଇ ମିକ୍ସ କରିବେ । ତାପରେ ଗ୍ୟାସରେ କଡେଇ ବସେଇ ଚିନି, ପାଣି ଏବଂ ଷ୍ଟ୍ରବେରୀ ଏସେନ୍ସ ଢାଳି ଶିରା ପ୍ରସ୍ତୁତ କରିବେ । ଏହାପରେ ଗ୍ୟାସରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ପ୍ରସ୍ତୁତ କରିଥିବା ବେସନ ମିଶ୍ରଣକୁ ନେଇ ବୁନ୍ଦି ଛାଣି, ପ୍ରସ୍ତୁତ କରିଥିବା ଶିରାରେ ପକାଇ ରଖିବେ । ଏହାପରେ ଶିରାରୁ ବୁନ୍ଦିକୁ ଛାଣି , ଆଉ ଏକ ପାତ୍ରରେ ରଖି ହାଲକା ଥଣ୍ଡା ହେବାକୁ ଛାଡିବେ । ତାପରେ ହାତରେ ଏହି ବୁନ୍ଦିକୁ ଅଳ୍ପ ଅଳ୍ପ ନେଇ, ଗୋଲ ଗୋଲ ଲଡୁ ପ୍ରସ୍ତୁତ କରିବେ । ଏହାପରେ ତା ଉପରେ କିଛି କଟା କାଜୁ ଏବଂ ପିସ୍ତାବାଦାମ୍ ପକାଇବେ । ପ୍ରସ୍ତୁତ ହୋଇଗଲା ଷ୍ଟ୍ରବେରୀ ଲଡୁ । ଏବେ ଏହାର ମଜା ନେଇ ପାରିବେ ।
Powered by Froala Editor