୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ
କରେନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବା ନେଇ ସୂଚନା ମିଳିଛି । ଆଜି ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ଭରଚୁଆଲ ବୈଠକ ବସିଥିବା ବେଳେ ଏହି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।
ଗତ କିଛିଦିନ ହେଲେ ରାଜ୍ୟରେ ଡେଲ୍ଟା ଓ ଓମିକ୍ରମ୍ କାୟା ବିସ୍ତାର କରୁଛି। ରାଜ୍ୟରେ ଦୁଇଟି ଯାକ ଷ୍ଟ୍ରେନ୍ ଦୃତଗତିରେ ମାଡ଼ି ଚାଲିଛି। ଯାହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଚାଲିଛି। ତେବେ ଦ୍ରୁତ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
Powered by Froala Editor