୩୫ ହଜାର ଟଙ୍କାର ଶାଢ଼ୀ ଚୋରି କରି ଏଆରଆଇ ଗିରଫ
ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମରା ତହସିଲ କାର୍ଯ୍ୟାଳୟରେ ସହକାରୀ ରାଜସ୍ୱ ନିରୀକ୍ଷକ (ଏଆରଆଇ) ଭାବେ କାର୍ଯ୍ୟରତ ସନ୍ଧ୍ୟା ଆନନ୍ଦ ଦୋରାଙ୍କୁ ଟାଉନ ଥାନା ପୁଲିସ ଏକ ଶାଢ଼ି ଚୋରି କରିଥିବା ଅଭିଯୋଗରେ ଗୁରୁବାର ଗିରଫ କରିଛି ।
ସୂଚନା ଅନୁସାରେ ଗତ ୨ ତାରିଖ ସନ୍ଧ୍ୟାରେ ଆନନ୍ଦ ଦୋରା ସପିଂ କରିବାକୁ ‘ଆନନ୍ଦ ୱାର୍ଲ୍ଡ’କୁ ଯାଇଥିଲେ । ସପିଂ କରିବା ସମୟରେ ସେ କୌଶଳ କ୍ରମେ ଏକ ଶାଢ଼ିକୁ ଚୋରି କରି ନେଇ ଆସିଥିଲେ । କିଛି ସମୟ ପରେ ଏକ ୩୫ ହଜାର ଟଙ୍କା ମୂଲ୍ୟର ଶାଢ଼ି ଚୋରି ହୋଇଥିବା ଆନନ୍ଦ ୱାର୍ଲଡ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ ।
ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିବାରୁ ଜଣେ ମହିଳା ଚୋରି କରିଥିବା ଦେଖିବାକୁ ମିଳିଥିଲା । ଏହାପରେ ଗତ ୪ ତାରିଖ ଦିନ ଆନନ୍ଦ ୱାଲର୍ଡ ପକ୍ଷରୁ ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ସହକାରୀ ରାଜସ୍ୱ ନିରୀକ୍ଷକ ସନ୍ଧ୍ୟାଙ୍କୁ ଗୁରୁବାର ଗିରଫ କରିଛି ।
Powered by Froala Editor