ଛେପ ପକାଇ ଚୁଟି କାଟି ହୀନସ୍ତା ହେଲେ ହବିବ, ଥାନାରେ ରୁଜୁ ହେଲା ମାମଲା
ଛେପ ପକାଇ କେଶ କାଟିବା ପାଇଁ ଜାଭେଦ ହବିବଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଉତ୍ତର ପ୍ରଦେଶର ମୁଜାଫରନଗରର ମନସୁରପୁର ଥାନାରେ ତାଙ୍କ ନାଁରେ ଏହି ଏଫ୍ଆଇଆର ରୁଜୁ ହୋଇଛି। ପୂଜା ଗୁପ୍ତାଙ୍କ ଅଭିଯୋଗକ୍ରମେ ପୁଲିସ୍ ଏଫ୍ଆଇଆର ରୁଜୁ କରିଛି। ଏକ ୱାର୍କଶପ୍ରେ ପୂଜାଙ୍କ ମୁଣ୍ଡରେ ଛେପ ପକାଇ ଜାଭେଦ ହବିବ ଚୁଟି କାଟିଥିଲେ। ଏହି ଘଟଣାକୁ ନେଇ ପୂଜା ଖୋଲାଖୋଲି ଭାବେ ନିଜ ଅସନ୍ତୋଷ ଜାହିର କରିଥିଲେ। ଏହି ଘଟଣାର ଭିଡିଓ ବି ଭାଇରାଲ୍ ହୋଇଥିଲା।
ଜାଭେଦ ଭିିଡିଓରେ କହିଛନ୍ତି, ଚୁଟି କାଟିବା ବେଳେ ‘ଶାମ୍ପୁ ପ୍ରୟୋଗ କରାଯାଇନଥିବାରୁ ଆପଣଙ୍କ କେଶ ଅପରିଷ୍କାର ରହିଛି। ଚୁଟି କାଟିଲା ବେଳେ ଯଦି ପାଣି ନାହିଁ ତେବେ ଛେପ ବ୍ୟବହାର କରିପାରନ୍ତି। ଏହାକୁ ନେଇ ଏବେ ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ବିରୋଧ କରାଯାଇଛି। ଏହି ସମୟରେ ସେଠାରେ ଉପସ୍ଥିତ ଲୋକେ ହସୁଥିବା ସହ ଜୋରରେ ତାଳି ମାରୁଛନ୍ତି। ଏହି ଘଟଣାକୁ ନେଇ ଅନେକ ଲୋକ ସୋସିଆଲ ମିଡିଆରେ ହବିବଙ୍କୁ ଟାର୍ଗେଟ କରିଛନ୍ତି। ଏହି ଭିଡିଓ ଭାଇରାଲ୍ ହେବା ପରେ ହେୟାର ଷ୍ଟାଇଲିସ୍ ନିଜର କାମ ପାଇଁ କ୍ଷମା ମାଗିଥିଲେ । ଏହି ସବୁ ୱାର୍କସପ୍ରେ ଏମତି କହି ହସାଇବାକୁ ପଡିଥାଏ । ଏବଂ କହିଥିଲେ ଯଦି ମୋର ଏହି ଭୁଲ୍ ପାଇଁ ଖରାପ ଲାଗିଥିବ ତାହାଲେ କ୍ଷମା ମାଗୁଛି ।
କିନ୍ତୁ ଭିଡିଓରେ ପୂଜା ଟିକେ ଅସହଜ ଅନୁଭବ କରୁଛନ୍ତି। ଏହି ଘଟଣାପରେ ପୂଜା ଜାଭେଦଙ୍କ ଏଭଳି ଚୁଟି କାଟିବାକୁ ନେଇ ଆପତ୍ତି ଉଠାଇଛନ୍ତି । ମହିଳା ଜଣକ ଭିଡିଓରେ କହିଛନ୍ତି, ‘ହବିବ୍ ସାର୍ଙ୍କ ଏକ ସେମିନାରରେ ମୁଁ ଯୋଗ ଦେଇଥିଲି। ସେଠାରେ ମୋତେ ଚୁଟି କାଟିବା ପାଇଁ ଡକାଯାଇଥିଲା। ପରେ ସେ କହିଥିଲେ ଯଦି ପାଣି ନଥାଏ ତେବେ ଛେପ ଲଗାଇ ମଧ୍ୟ ଚୁଟି କାଟିପାରିବା। କିନ୍ତୁ ମୁଁ ସେତେବେଳେ ଆଉ ଚୁଟି କାଟିନଥିଲି। ଏଥିରେ ସାମିଲ ହୋଇଥିବା ଆଉ ଜଣେ ମହିଳା ମଧ୍ୟ ଏକ ଭିଡିଓ ଜାରି କରି ଏହି ଘଟଣା ନେଇ ନିଜ ଅସନ୍ତୋଷ ଜାହିର କରିଛନ୍ତି। ତା’ସହିତ ଆଉ କେବେ ବି ଜାଭେଦଙ୍କ ଠାରେ ଚୁଟି କଟାଇବେ ନାହିଁ ବୋଲି କହିଛନ୍ତି।
Powered by Froala Editor