ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ: ସୋନିଆ
ନୂଆଦିଲ୍ଲୀ: ପଞ୍ଜାବରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ହୋଇଥିବା ସୁରକ୍ଷା ଜନିତ ତ୍ରୁଟିକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ଘଟଣା ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ମୁଖ୍ୟମନ୍ତ୍ରୀ ଚରଣଜିତ ସିହ ଚନ୍ନିଙ୍କ ସହିତ ଆଲୋଚନା କରିଛନ୍ତି ।
ସୋନିଆ ଚନ୍ନିଙ୍କୁ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ପୂରା ଦେଶର ପ୍ରଧାନମନ୍ତ୍ରୀ, ତେଣୁ ତାଙ୍କ ସୁରକ୍ଷାରେ ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସୁରକ୍ଷା ନେଇ ସମ୍ପୂର୍ଣ୍ଣ ସତର୍କ ରହିବା ଆବଶ୍ୟକ ଥିଲା ବୋଲି ସୋନିଆ କହିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟି ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଗୃହମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱା ଏବଂ ପଞ୍ଜାବର କାର୍ଯ୍ୟକାରୀ ପୁଲିସ ମୁଖ୍ୟ ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟଙ୍କ ବହିଷ୍କାର ଦାବି କରିଛନ୍ତି ।
Powered by Froala Editor