ଘର ଛାଡ଼ିଲେ ତପସ୍ୱିନୀଙ୍କ ଶ୍ବଶୁର, ଜାଣନ୍ତୁ କାହିଁକି
ବ୍ରହ୍ମପୁର: ସଫଳ ହେଲା ତପସ୍ୱିନୀଙ୍କ ତପସ୍ୟା । ହେଲେ ଅସନ୍ତୁଷ୍ଟ ହେଲେ ଶ୍ବଶୁର । ଶ୍ୱଶୁର ଘରେ ଗୃହ ପ୍ରବେଶ ପରେ ଘର ଛାଡ଼ିଲେ ଶ୍ବଶୁର ପ୍ରମୋଦ ସାହୁ । ଏ ନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ରାତ୍ରି ସମୟରେ ପ୍ରମୋଦ ନିଜ ଘର ଛାଡୁଥିବା କହିଛନ୍ତି । ପୂର୍ବରୁ ବୋହୁ ତାଙ୍କ ପରିବାର ନାମରେ ମାମଲା ରୁଜୁ କରିଥିବା ବେଳେ କୋର୍ଟରେ ମାମଲା ରହିଥିବା ଯୋଗୁଁ ସେ କିପରି ସେହି ଘରେ ରହିବେ କହିଛନ୍ତି ତପସ୍ୱିନୀଙ୍କ ଶ୍ବଶୁର ପ୍ରମୋଦ ସାହୁ।
ଦୀର୍ଘ ୪୬ ଦିନ ଧରି ବହୁ ବାଦବିବାଦ ପରେ ଶେଷରେ ଗଞ୍ଜାମ ଜିଲ୍ଲା ଦୈରାଜଜ କୋର୍ଟରେ ମିଳିଥିବା ରାୟ ପ୍ରକାରେ ତପସ୍ୱିନୀକୁ ଜିଲ୍ଲା ପ୍ରଶାସନ , ପୋଲିସ ପ୍ରଶାସନ ଓ ପ୍ରୋଟୋକ୍ସନ ଅଫିସରଙ୍କ ଉପସ୍ଥିତରେ ଘରେ ପ୍ରବେଶ କରାଇବା ପରେ ଶ୍ବଶୁରଙ୍କ ଏହି ଭିଡିଓ ଭାଇରାଲ ହୋଇଛି ।
Powered by Froala Editor