ହେୟାର ଏକ୍ସପର୍ଟ ହବିବଙ୍କ ନାଁରେ ଅଭିଯୋଗ: ଛେପ ପକାଇ ଚୁଟି କାଟିଲେ

ହେୟାର ଏକ୍ସପର୍ଟ ଜାୱେଦ ହବିବଙ୍କର ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି । ସେ ମୁଣ୍ଡରେ ଛେପ ପକାଇ ଚୁଟି କାଟିଥିବା ନେଇ ଜଣେ ମହିଳା ଅଭିଯୋଗ ଆଣିଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇ କେଶ କାଟିବାକୁ ଦର୍ଶକଙ୍କୁ ପରାମର୍ଶ ଦେଉଛନ୍ତି ।
ଗତ ଜାନୁଆରୀ ୩ ତାରିଖରେ ଆୟୋଜିତ ହୋଇଥିବା ଏକ ସୋରେ ଜାୱେଦ ଜଣେ ମହିଳାଙ୍କୁ କେଶ କାଟିବା ନିମନ୍ତେ ନିମନ୍ତ୍ରଣ କରିଥିଲେ ଏବଂ ମହିଳା ଜଣକ ଖୁବ୍ ଉତ୍ସାହରେ ସେଠାକୁ ଯାଇଥିଲେ । ମାତ୍ର, ତାଙ୍କ ସାଙ୍ଗରେ ଏଭଳି ଘଟଣା କଥା ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ।
ମହିଳା ଜଣକ କହିଛନ୍ତି, ଜାୱେଦ ହବିବ ଚୁଟି କାଟିଲା ବେଳେ ପାଣି ବଦଳରେ ଛେପ ବ୍ୟବହାର କରିଛନ୍ତି। କେବଳ ଏତିକିରେ ସେ ଅଟକି ନାହାନ୍ତି, ସେ କହିଛନ୍ତି, ତାଙ୍କର ଏହି ଛେପରେ ଜୀବନ ଅଛି। ଏହାକୁ ନେଇ ଏବେ ସୋଶାଲ ମିଡିଆରେ ତାଙ୍କୁ ଜୋରଦାର ବିରୋଧ କରାଯାଇଛି। ସେପଟେ କିନ୍ତୁ ଏହାକୁ ନେଇ ଜାୱେଦଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।
ମହିଳାଙ୍କର ଏକ ପାର୍ଲର ଥିବା ବେଳେ ନିଜ ଛାତ୍ରୀଙ୍କ ସହ ସେ ସେଠାକୁ କିଛି ନୂଆ ଜିନିଷ ଶିଖିବାକୁ ଆସିଥିଲେ । ଏଥିସହ ସେ କହିଥିଲେ ଜାୱେଦଙ୍କଠୁ କେଶ କାଟିବା ଅପେକ୍ଷା ଛୋଟମୋଟ ବାରିକଠୁ କେଶ କାଟିବା ଢେର ଗୁଣା ଭଲ ।
Powered by Froala Editor