ଇଟାଲୀରୁ ଆସିଥିବା ଫ୍ଲାଇଟ୍ରେ ୧୨୫ କରୋନା ସଂକ୍ରମିତ
କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବଢି ଚାଲିଥିବାବେଳେ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି । ସବୁ ରାଜ୍ୟରେ କଟକଣା ବଢାଇ ଚାଲିଛନ୍ତି ସରକାର । ତେବେ ଇତି ମଧ୍ୟରେ ବିସ୍ଫୋରକ ତଥ୍ୟ ମିଳିଛି । ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇଟାଲୀରୁ ଆସିଥିବା ଏକ ଚାର୍ଟାଡ ଫ୍ଲାଇଟ ଭିତରୁ ୧୨୫ ଜଣ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ବିମାନରେ ମୋଟ ୧୮୨ ଯାତ୍ରୀ ଥିଲେ। ସେଥିମଧ୍ୟରୁ ୧୨୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସବୁ ସଂକ୍ରମିତଙ୍କୁ ଅମୃତସରରେ କ୍ଵାରେଣ୍ଟାଇନରେ ରଖା ଯାଇଛି। ସବୁଠାରୁ ବଡ କଥା ହେଇଛି ଏହା ପ୍ରଥମ ଘଟଣା ଯେଉଁଠି ଏତେ ସଂଖ୍ୟକ ବିମାନ ଯାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ସେପଟେ ଇଟାଲୀରୁ ଆସିଥିବା ଏହି ବିମାନଟି ଏୟାର ଇଣ୍ଡିଆର ବୋଲି ପ୍ରଥମେ କୁହାଯାଉଥିଲା। କିନ୍ତୁ ପରେ ଏୟାର ଇଣ୍ଡିଆ ଏହାକୁ ଖଣ୍ଡନ କରିଛି। ରୋମ୍ରୁ ଏୟାର ଇଣ୍ଡିଆର କୌଣସି ପ୍ଲାଇଟ୍ ଭାରତ ଆସିନାହିଁ ବୋଲି କହିଛି। ତେବେ ଗୋଟିଏ ବିମାନରେ ଏତେ ଯାତ୍ରୀ ପଜିଟିଭ ଚିହ୍ନଟ ହେବା ବିପଦ ସଙ୍କେତ ।
Powered by Froala Editor