ସମେଟିଭ୍ ପରୀକ୍ଷାରୁ ବଞ୍ଚିତ ୩୦ ଛାତ୍ରଛାତ୍ରୀ
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ଗତକାଲି ଠାରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସମେଟିଭ୍ ପରୀକ୍ଷା ଆରମ୍ଭ ହୋଇଛି । ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା କରାଯାଉଛି ।
ଅନ୍ୟପଟେ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟଠାରେ ଥିବା ୨ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ଗତକାଲି ଠାରୁ ସମେଟିଭ୍ ପରୀକ୍ଷା ଚାଲିଛି । ଏହି ଦୁଇଟି କେନ୍ଦ୍ରରେ ୩୦୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଥିବାବେଳେ ୩୦ଜଣ ବଞ୍ଚିତ ହୋଇଛନ୍ତି ।
ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠ ପରୀକ୍ଷା କେନ୍ଦ୍ରର ବାରହାଟିପୁରା ନୀଳକଣ୍ଠେଶ୍ୱର ହାଇସ୍କୁଲ ଏବଂ ଢେଙ୍କିକୋଟ ସରକାରୀ ବାଳିକା ହାଇସ୍କୁଲ ମୋଟ ୧୪୯ ଜଣଙ୍କ ମଧ୍ୟରୁ ୧୩ଜଣ ପରୀକ୍ଷା ହଲରେ ଅନୁପସ୍ଥିତ ଥିବା ପ୍ରଧାନଶିକ୍ଷକ ଫକିର ଚରଣ ସାହୁ ସୂଚନା ଦେଇଛନ୍ତି । ସେହିପରି ଢେଙ୍କିକୋଟ ସରକାରୀ ବାଳିକା ହାଇସ୍କୁଲରେ ଭୋଳାବେଡା, କଟ୍ରାବେଡା, ପିପଳିଆ ଓ ଗୋବରାବେଡା ହାଇସ୍କୁଲ ମୋଟ ୧୫୬ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଥିଲା । ସେମାନଙ୍କ ମଧ୍ୟରୁ ୧୭ଜଣ ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣମଞ୍ଜରୀ ସାହୁ କହିଛନ୍ତି । ତେବେ ବହୁ ଗରିବ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ପରୀକ୍ଷା ଦେବାରୁ ବଞ୍ଚିତ ହେଉଥିବା କୁହାଯାଇଛି ।
Powered by Froala Editor