ବିଗ୍ ବି'ଙ୍କ ଘରୋଇ କର୍ମଚାରୀ କରୋନା ସଂକ୍ରମିତ
ନୂଆଦିଲ୍ଲୀ: ବିଗ୍ ବି’ ଅମିତାଭ ବଚ୍ଚନଙ୍କ ଘରୋଇ କର୍ମଚାରୀଙ୍କ ମଧ୍ୟରୁ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ନମୁନାରୁ ରିପୋର୍ଟ ପଜିଟିଭ୍ ଆସିଛି । ସମ୍ପୃକ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି । ତେବେ ସମ୍ପୃକ୍ତ କର୍ମଚାରୀଙ୍କ ଠାରେ ସାମାନ୍ୟ ଲକ୍ଷଣ ଥିବା ଜଣାପଡ଼ିଛି ।
ଅମିତାଭ ବଚ୍ଚନଙ୍କ ଘରେ କାମ କରୁଥିବା ସମୁଦାୟ ୩୧ଜଣ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ଜଣେ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ପୂରା ଘରକୁ ସାନିଟାଇଜ୍ କରାଯାଇଛି । ସମସ୍ତ କର୍ମଚାରୀଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି ।
ସେପଟେ ଅମିତାଭ ବଚ୍ଚନଙ୍କ ଘରୋଇ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଖବର ଜଣାପଡ଼ିବା ପରେ ଏବେ ବିଗ୍ ବି’ଙ୍କ ପ୍ରଶଂସକମାନେ ଭୟଭୀତ ହୋଇପଡ଼ିଛନ୍ତି । ଫ୍ୟାନ୍ସମାନେ ଅମିତାଭଙ୍କ ପାଇଁ ବିଭିନ୍ନ ସ୍ଥାନରେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ।
Powered by Froala Editor