ଏହିସବୁ ନେତା କରୋନା ସଂକ୍ରମିତ
ନୂଆଦିଲ୍ଲୀ: ଦେଶରେ ଏବେ ବହୁ ସଂଖ୍ୟାରେ ନେତା କରୋନା ସଂକ୍ରମିତ ହେଉଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ସକାଳେ ଏକ ଟ୍ୱିଟ କରି କରୋନା ସଂକ୍ରମିତ ହୋଇଥିବା କହିଛନ୍ତି । ତେବେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ଗତ ୩ ଦିନ ମଧ୍ୟରେ କେଜି୍ରୱାଲ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ମାସ୍କ ନ ପିନ୍ଧି ର୍ୟାଲି କରିଛନ୍ତି । କେଜି୍ରୱାଲ ଘରେ ଆଇସୋଲେସନରେ ଥିବା କହିଛନ୍ତି ।
ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କ କରୋନା ଟେଷ୍ଟ କରିବା ପାଇଁ କହିଛନ୍ତି । କେଜି୍ରୱାଲଙ୍କ ସମେତ ଅନେକ ରାଜନେତା ମଧ୍ୟ କରୋନା ସଂକ୍ରମିତ ହୋଇଚନ୍ତି । ଆଗକୁ ୫ଟି ରାଜ୍ୟରେ ନିର୍ବାଚନ ଥିବା ବେଳେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି । ରାଜନୈତିକ ର୍ୟାଲି ଏବଂ କାର୍ଯ୍ୟକ୍ରମରୁ ସଂକ୍ରମଣ ବ୍ୟାପୁଛି । ବିଜେପି ସାଂସଦ ମନୋଜ ତିୱାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଅନ୍ୟପକ୍ଷେ ରଣଦୀପ ସିଂହ ସୂର୍ଯେ୍ୟୱାଲି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଟିଏମସି ନେତା ବାବୁଲ ସୁପି୍ରୟୋ କରୋନା ସଂକ୍ରମିତ ହୋଇଛନ୍ତି । ସୁପି୍ରୟୋ କହିଛନ୍ତି ସେ ଏବଂ ତାଙ୍କ ପତ୍ନୀ ଓ ବାପା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସୁପି୍ରୟୋ ୩ ଥର ପାଇଁ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।
Powered by Froala Editor