ବିଧାନସଭା ନିର୍ବାଚନ ତାରିଖ ଘୋଷଣା କେବେ ହେବ ?
ନୂଆଦିଲ୍ଲୀ: ଚଳିତ ବର୍ଷ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁର ପରି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଆସନ୍ତା ସପ୍ତାହ (୧୦-୧୩ ତାରିଖ ମଧ୍ୟରେ) ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ନିର୍ବାଚନ କମିଶନଙ୍କ ସହ ଜଡ଼ିତ ଘନିଷ୍ଠ ସୂତ୍ର ଏହା ପ୍ରକାଶ କରିଛନ୍ତି । ସେ ଅନୁସାରେ ଉତ୍ତରପ୍ରଦେଶରେ ୬-୮ଟି ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ ।
ଗୋଆ, ମଣିପୁର, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରିବାକୁ ଯୋଜନା ରହିଛି । ସୂଚନା ଥାଉକି କୋଭିଡର ଓମାଇକ୍ରନ ଭାରିଆଣ୍ଟକୁ ଦୃଷ୍ଟିରେ ରଖି ତୃତୀୟ ଲହରିର ଆଶଙ୍କା କରାଯାଉଥିବା ବେଳେ ନିର୍ବାଚନୀ ପ୍ରାକ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ଲାଗି କମିଶନ ବିଗତ କିଛି ସପ୍ତାହ ହେଲା ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକୁ ଗସ୍ତ କରୁଛନ୍ତି ।
Powered by Froala Editor