ବଢିବ ଇପିଏଫ ପେନସନ!
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଇପିଏଫ ପେନସନ ସ୍କିମ (ଇପିଏସ) ର ଉପଭୋକ୍ତାଙ୍କୁ ଏକ ବଡ଼ ଉପହାର ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏହି ସ୍କିମରେ ମିଳୁଥିବା ସର୍ବନିମ୍ନ ପେନସନ ରାଶି ୯ ଗୁଣା ବଢ଼ାଇବା ଲାଗି ଯୋଜନା କରାଯାଇଛି । ଯଦି ଏଭଳି ହୁଏ, ତେବେ ଇପିଏସରେ ଥିବା ଉପଭୋକ୍ତାଙ୍କୁ ପ୍ରତ୍ୟେକ ମାସରେ ୧୦୦୦ ଟଙ୍କା ପରିବର୍ତ୍ତେ ୯,୦୦୦ ଟଙ୍କା ଲେଖାଏଁ ପେନସନ ମିଳିବ । ମିଳିଥିବା ଖବର ମୁତାବକ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଚଳିତ ବର୍ଷ ଫେବୃୟାରୀରେ ହେବାକୁ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନେଇପାରେ । ଏହି ବୈଠକରେ ନୂଆ ଶ୍ରମ ଆଇନ ଉପରେ ମଧ୍ୟ ନିଷ୍ପତ୍ତି ହୋଇପାରେ ।
କୁହାଯାଉଛି ଉକ୍ତ ବୈଠକର ମୁଖ୍ୟ ଏଜେଣ୍ଡା କର୍ମଚାରୀ ପେନସନ ଯୋଜନା ଅନୁସାରେ ସର୍ବନିମ୍ନ ପେନସନ ବଢ଼ାଇବା ପ୍ରସଙ୍ଗ ରହିଛି । ପେନସନଭୋଗୀ ଦୀର୍ଘଦିନ ହେଲା ସର୍ବନିମ୍ନ ପେନସନ ବଢ଼ାଇବା ପାଇଁ ଦାବି କରି ଆସୁଛନ୍ତି । ଏହି ପ୍ରସଙ୍ଗରେ ପୂର୍ବରୁ ଅନେକ ଥର ଆଲୋଚନା ହୋଇଛି ।
Powered by Froala Editor