ଆଜି ଦେଶରେ କରୋନା ନେଲା ୫୩୪ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗଥିଲା କିନ୍ତୁ ଆଜି ପୁଣି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆଜି ଦେଶରେ ୫୮ହଜାର ୯୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୫୩୪ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୮୨ହଜାର ୫୫୧କୁ ବୃଦ୍ଧି ପାଇଛି ।
ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ୨ଲକ୍ଷ ପାର୍ କରିଛି । ଆଜି ଦେଶରେ କରୋନାଜନିତ ସକ୍ରିୟ ମାମଲା ରହିଛି ୨ଲକ୍ଷ ୧୪ହଜାର ୪ ରହିଛି । ଅନ୍ୟପଟେ ଦେଶରେ ଏବେ ବି ଟିକାକରଣ ଜୋରଦାର ଚାଲଇଛି । ଦେଶରେ ୧୪୭ କୋଟି ୭୨ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆସରିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛନ୍ତି । ଏହା ସହିତ ସାପ୍ତାହିକ ପଜିଟିଭ ହାର ୨.୦୫ ପ୍ରତିଶତରୁ କମ୍ ରହିଛି ।
Powered by Froala Editor