ପଞ୍ଜାବକୁ ଫେରିଲା ନାଇଟ କର୍ଫୂ

ପଞ୍ଜାବ: ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢୁଥିବାବେଳେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଢ଼ଦ୍ୟ ଦ୍ରୁତ ସଂକ୍ରମଣ କରୁଛି । ଏଥିପାଇଁ ଲୋକଙ୍କ ମନରେ ଛନକା ପଶିଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ରାଜ୍ୟରେ କୋଭଡି କଟକଣାକୁ ଆହୁରି କଡାକଡି କରିବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ସରକାରଙ୍କ ତରଫୁରୁ ଜାରି ହୋଇଥିବା ଆଦେଶ ମୁତାବକ ରାଜ୍ୟରେ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ନାଇଟକର୍ଫୁ୍ୟ ରହିବ । ଏହାସହ ସ୍କୁଲ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ସରକାର ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପଟେ ପଞ୍ଜାବରେ ଏବେ ବସ୍, ସିନେମା ହଲ, ଜିମ୍, ରେଷ୍ଟୁରାଣ୍ଟଗୁଡିକ ୫୦ ପ୍ରତିଶତ କ୍ଷମତା ସହ ଚାଲିବ ।
ପଞ୍ଜାବ ସରକାର ତରଫରୁ ବଢୁଥିବା କରୋନା ସଂକ୍ରମଣକୁ ନେଇ ମଙ୍ଗଳବାର ଏକ ଅଧିକାରୀ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଚରଣଜିତସିଂ ଚନ୍ନି ଅଧ୍ୟକ୍ଷତା କରିଥିଲେ । ବୈଠକ ପରେ ଏସବୁ କଟକଣା କଡାକଡି ପାଳନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ତୁରନ୍ତ ପ୍ରଭାବରେ ବନ୍ଦ କରିବାକୁ ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି । ଏହାସହ ସିନେମା ହଲ, ରେଷ୍ଟୁରାଣ୍ଟ ଓ ବସଗୁଡିକ ୫୦ ପ୍ରତିଶତ କ୍ଷମତା ସହ ଚଳାଇପାରିବେ ବୋଲି କୁହାଯାଇଛି ।
Powered by Froala Editor