ପୁଲିସ୍ ପାଟ୍ରୋଲିଂ ଭ୍ୟାନ୍କୁ ପିଟିଲା ଟ୍ରକ୍: ୩ କର୍ମଚାରୀ ମୃତ

ପାଟନା: ବିହାରର ରାଜଧାନୀ ପାଟନାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପାଟ୍ରୋଲିଂ କରୁଥିବା ଏକ ପୁଲିସ ଜିପ୍କୁ ଧକ୍କା ଦେଇଛି ଟ୍ରକ୍ । ଏଥିରେ ୩ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ୨ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ଗତକାଲି ରାତିରେ ପୁଲିସ୍ ଟିମ୍ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ଟ୍ରକ୍ ପଛପଟୁ ପୁଲିସ୍ ଜିପ୍କୁ ଧକ୍କା ଦେଇଥିଲା । ଫଳରେ ପୁଲିସ ଜିପ୍ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଗାଡ଼ିରେ ଥିବା ପୁଲିସ କର୍ମୀ ଜିପ୍ ତଳେ ଚାପି ହୋଇଯାଇଥିଲେ । ଦୁର୍ଘଟଣା ସଂପର୍କରେ ଖବରପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରାଯାଇଛି ।
Powered by Froala Editor