ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ୍

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମାଇକ୍ରନ ଦ୍ରୁତ ଗତିରେ ସଂକ୍ରମଣ କରୁଥିବାବେଳେ କରୋନା ଗ୍ରାଫ ଉପରମୁହାଁ ହେବାରେ ଲାଗିଛି । ଦିଲ୍ଲୀରେ କରୋନାର ସ୍ଥିତି ଧିରେ ଧିରେ ଅଣାୟତ ହେବାରେ ଲାଗିଛି । ପଜିଟିଭ୍ ସଂଖ୍ୟା ବଢିଚାଲିଛି । ଦିଲ୍ଲୀରେ କେଜ୍ରିୱାଲ ସରକାର କଟକଣା ଜାରି କରିଥିଲେ ବି କଟକଣାକୁ ମାନୁନାହାନ୍ତି ଲୋକେ ।
ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଲେ କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କ ଦେହରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ବୋଲି ସୂଚନାରୁ ଜଣାପଡିଛି । ସେଥିପାଇଁ ସେ ଏବେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତ ।
ସେପଟେ ନିର୍ବାଚନି ପ୍ରଚାର ଜୋରଦାର ଚାଲିଛି । କେଜ୍ରିୱାଲ କରୋନା ପଜିଟିଭ୍ ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେବା ସହ ତାଙ୍କ ସଂସ୍ପର୍ସରେ ଆସିଥିବା ଲୋକେ କରୋନା ଟେଷ୍ଟ କରେଇନେବା ପାଇଁ ଓ ଆଇସୋଲେସନରେ ରହିବା ପାଇଁ କହିଛନ୍ତି ।
Powered by Froala Editor