ଲସ୍କର-ଇ-ତୋଏବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଲିମ ନିହତ
ଲସ୍କର-ଇ-ତୋଏବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଲିମ ପରେକୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷାବାହିନୀ । ଏନେଇ କାଶ୍ମୀର ପୋଲିସ୍ ମହାନିରୀକ୍ଷକ କହିଛନ୍ତି ଯେ ବର୍ତ୍ତମାନ ଏନ୍କାଉଣ୍ଟର ଜାରି ରହିଛି । ଏହି ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଲିମ୍ ନିହତ ହୋଇଛି । ଏଥିସହିତ ସଲିମ୍ ସହ ଅନ୍ୟ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି । ଏହାସହ ପୂରା ଅଞ୍ଚଳରେ ଏବେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ସୁରକ୍ଷାବାହିନୀ । ତେବେ ଏହି ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଲୋକେ ଭାରତ ମାତା କି ଜୟ ନାରା ଲଗାଇଥିଲେ ।
୨ ଦିନ ପୂର୍ବରୁ ଦକ୍ଷିଣ କାଶ୍ମୀରର ଦୁଇଟି ସ୍ଥାନରେ ହୋଇଥିବା ଏନ୍କାଉଣ୍ଟରରେ ଜୈସ୍ର ପାକିସ୍ତାନୀ ଗ୍ୟାଙ୍ଗ୍ଷ୍ଟର୍ ସମେତ ୬ ଆତଙ୍କବାଦୀଙ୍କୁ ମାରିଥିଲା ସୁରକ୍ଷାବାହିନୀ। ସେଥିମଧ୍ୟରୁ ୩ ଆତଙ୍କୀ ମୀରହମା ଏନ୍କାଉଣ୍ଟରରେ ଏବଂ ୩ ଆତଙ୍କୀ ଅନନ୍ତନାଗ ଏନ୍କାଉଣ୍ଟରରେ ଟଳିଥିଲେ । ଜୈସ୍ ଆତଙ୍କୀଙ୍କ ପାଖରୁ ୪ଟି ସିରିଜ୍ ବୋମା ଏବଂ ୨ଟି ଏକେ ରାଇଫଲ୍ ଜବତ ହୋଇଛି । ଯାହାକୁ ନେଇ ଜାମ୍ମୁ-କାଶ୍ମୀର ପୋଲିସ୍ ସଜାଗ ହୋଇଛି ।
Powered by Froala Editor