ହୋମ କ୍ୟାଡରକୁ ବଦଳି ହେଲେ ସମୀର ୱାନଖେଡେ

ଏନସିବି ମୁମ୍ବାଇ ଜୋନାଲ ଚିଫ ସମୀର ୱାନଖେଡେଙ୍କୁ ତାଙ୍କ ହୋମ କ୍ୟାଡର ପଠାଇ ଦେଇଛି। ମହାରାଷ୍ଟ୍ର ବାସିନ୍ଦା ସମୀର ୱାଙ୍ଖଡେ ୨୦୦୮ ବ୍ୟାଚ୍ର ଆଇଆର୍ଏସ୍ ଅଧିକାରୀ। ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେବା ପରେ ତାଙ୍କର ପ୍ରଥମ ପୋଷ୍ଟିଂ ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ଡେପୁଟି କଷ୍ଟମ କମିଶନର ରୂପେ ହୋଇଥିଲା। ତାଙ୍କ ଦକ୍ଷତା ଯୋଗୁଁ ତାଙ୍କୁ ପରେ ଆନ୍ଧ୍ରପ୍ରଦେଶ ଓ ପରେ ଦିଲ୍ଲୀ ପଠାଯାଇଥିଲା। ଦିଲ୍ଲୀ ପରେ ପୁଣି ଥରେ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା। ୨୦୨୦ ଅଗଷ୍ଟରେ ତାଙ୍କୁ ଏନସିବିର ମୁମ୍ବାଇ ଜୋନର ଜୋନାଲ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଥିଲା। ଏନସିବିରେ ତାଙ୍କର କାର୍ଯ୍ୟକାଳ ୨୦୨୧ ଅଗଷ୍ଟ ଯାଏଁ ଥିଲା। ତାଙ୍କୁ ୪ ମାସର ଏକ୍ସଟେନ୍ସନ ଦିଆଯାଇଥିଲା ଯାହା ଡିସେମ୍ବର ୩୧ ରେ ଶେଷ ହୋଇଯାଇଛି। ଏହାପରେ ତାଙ୍କୁ ପୁଣି ହୋମ କ୍ୟାଡର କଷ୍ଟମ ବିଭାଗକୁ ପଠାଇ ଦିଆଯାଇଛି।
ସମୀର ୱାନଖେଡେ ଯେଉଁସବୁ ମାମଲାର ଯାଞ୍ଚରେ ସାମିଲ ଥିଲେ ସେଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା ମଧ୍ୟ ସାମିଲ ଥିଲା। ତାଙ୍କ କାର୍ଯ୍ୟକାଳ ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କଳାକାରଙ୍କୁ ଏନସିବି ଗିରଫ କରିଥିଲା ଓ ପଚରାଉଚୁରା କରିଥିଲା। ଗତ ବର୍ଷ ଅକ୍ଟୋବରରେ ତାଙ୍କ ଟିମ ମୁମ୍ବାଇ କ୍ରୁଜ ପାର୍ଟିରୁ ଡ୍ରଗ୍ସ ଜବତ କରିଥିଲା ଓ ଆର୍ଯ୍ୟନ ଖାନଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରିଥିଲା।
Powered by Froala Editor