ଓମିକ୍ରନ ଭାରିଏଣ୍ଟକୁ ଭାଇରାଲ ଜ୍ୱର ବୋଲି କହି ଚର୍ଚ୍ଚାରେ ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ: କରୋନାର କଳେବରରୁ ଏପର୍ଯ୍ୟନ୍ତ ମୁକୁଳିବାରେ ଅସମର୍ଥ ହୋଇଥିବା ବେଳେ ଏବେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ପାଇଁ ସାରା ବିଶ୍ୱରେ ସଂକ୍ରମଣ ଅତି ଦୁତ ଗତିରେ ବୃଦ୍ଧି ହେବାରେ ଲାଗିଛି । ଏହି ଭାରିଏଣ୍ଟ ପଞ୍ଝାରୁ ଭାରତ ମଧ୍ୟ ବାଦ ପଡ଼ିନି । ଓମିକ୍ରନ ର ଏତେ ମାତ୍ରାରେ ଭୟାବହତା ସାରା ବିଶ୍ୱରେ ମୁଣ୍ଡ ବ୍ୟଥାର କାରଣ ସାଜିଥିବା ବେଳେ ଏହାର ପ୍ରକୋପ ଭାରତ ବହୁତ ରାଷ୍ଟ୍ରରେ ଏହାର ଭୟଙ୍କର ରୂପ ଦେଖିବାକୁ ମିଳୁଛି । ଓମିକ୍ରନ ପ୍ରତି ଅଧିକ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଥିବା ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାରାତ୍ମକ ଓମିକ୍ରନ ଭାରିଏଣ୍ଟକୁ କେବଳ ଗୋଟିଏ ଭାଇରାଲ ଜ୍ୱର ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି ।
ଚଳିତ ବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ରାଜ୍ୟରେ ପ୍ରଚାର ଜୋରଦାର ଚାଲିଛି। ଗୋଟିଏ ପଟେ ଓମିକ୍ରନ ଭାରିଏଣ୍ଟ ବ୍ୟାପୁଥିବା ବେଳେ ଅନ୍ୟପଟେ ନିର୍ବାଚନୀ ରାଲିରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଛନ୍ତି।
ଏସବୁ ଭିତରେ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଓମିକ୍ରନ ଦ୍ରୁତଗତିରେ ବ୍ୟାପୁଛି। ହେଲେ ଏହା ଦ୍ୱାରା ବହୁତ ସ୍ୱଳ୍ପ ଧରଣ ରୋଗ ହେଉଛି। ଏହି ଭାଇରସ ଦୁର୍ବଳ। ଏହା କେବଳ ଭାଇରାଲ ଜ୍ୱର ଭଳି। କିନ୍ତୁ ଏହା ବିରୋଧରେ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। କେହି ବି ଓମିକ୍ରନକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ।
ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି ଯେ ଡେଲ୍ଟା ଭଳି ଓମିକ୍ରନ ସେତେଟା ସାଂଘାତିକ ସ୍ଥିତି ସୃଷ୍ଟି କରୁନାହିଁ। ଓମିକ୍ରନରେ ଆକ୍ରାନ୍ତ ହେଉଥିବା ଲୋକମାନେ ୪ରୁ ୫ ଦିନ ମଧ୍ୟରେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଉଛନ୍ତି।
ଡେଲ୍ଟ ଭାରିଏଣ୍ଟ ବ୍ୟାପିଥିବା ବେଳେ ଏଥିରୁ ଆରୋଗ୍ୟ ହେବାକୁ ୧୫ରୁ ୨୦ ଦିନ ସମୟ ଲାଗୁଥିଲା। ଏଥିସହ କରୋନା ଜନିତ ଜଟିଳତା ମଧ୍ୟ ଲୋକଙ୍କ ଶରୀରରେ ଦେଖିବାକୁ ମିଳିଥିଲା। ହେଲେ ଓମିକ୍ରନ ବେଳେ ଏସବୁ ଦେଖିବାକୁ ମିଳୁ ନଥିବା ସେ କହିଛନ୍ତି।
Powered by Froala Editor