ଆମେରିକା ପ୍ରତିରକ୍ଷା ମନ୍ତ୍ରୀ କରୋନା ସଂକ୍ରମିତ
ୱାଶିଂଟନ: କରୋନା ସଂକ୍ରମିତ ହୋଇଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଜେମ୍ସ ଅଷ୍ଟିନ । ଏନେଇ ସେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି । ଅଷ୍ଟିନ୍ କହିଛନ୍ତି, ମୋ ଠାରେ କରୋନାର ସାମନ୍ୟ ଲକ୍ଷଣ ଦେଖା ଦେବା ପରେ ମୁଁ କୋଭିଡ୍ ପରୀକ୍ଷା କରାଇଥିଲି । ରିପୋର୍ଟ ପଜିଟିଭ ଆସିଛି । ଯଦିଓ ସାମାନ୍ୟ ଲକ୍ଷଣ ରହିଛି କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଏବେ ମୁଁ କ୍ୱାରେଣ୍ଟାଇନରେ ରହିଛି । ନିୟମିତ ଔଷଧ ସେବନ ସହିତ ସମସ୍ତ କୋଭିଡ୍ ନିୟମ ପାଳନ କରୁଛି । ନିକଟରେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଉଛି । ସୂଚନାଯୋଗ୍ୟ, ଓମିକ୍ରନ୍କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ । ଏହା କ୍ଷୀପ୍ର ଗତିରେ ବ୍ୟାପୁଛି । ସଂକ୍ରମଣରେ ରୋକ ଲଗାଇବାକୁ କିଛି ଦେଶରେ ପୁଣି ଥରେ ନାଇଟ୍ କର୍ଫ୍ୟୁ କଟକଣା ଜାରି କରାଯାଇଛି ।
Powered by Froala Editor