ସ୍ମରଣଶକ୍ତି ବଢ଼ାଇବ ପାନମଧୁରି
ମୁଖବାସ ପାଇଁ ଆମେ ଅନେକ ସମୟରେ ପାନମଧୁରି ବ୍ୟବହାର କରିଥାନ୍ତି । ପାନମଧୁରିରେ ଏପରି ଅନେକ ପୋଷକତତ୍ତ୍ୱ ମିଳେ ଯାହା ସୁସ୍ଥ ରହିବାରେ ସହାୟକ ହୋଇଥାଏ । ସ୍ମରଣଶକ୍ତି ବଢ଼ିଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହା ସହିତ ଶରୀରକୁ ଥଣ୍ଡା ରଖେ । ପାନମଧୁରିରେ ସୋଡିୟମ, ଆଇରନ ଓ ପୋଟାସିୟମ ପରି ବହୁ ଖଣିତ ତତ୍ତ୍ୱ ରହିଥାଏ । ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ତେବେ ଜାଣିବା ପାନମଧୁରି ଖାଇଲେ କ’ଣ ଲାଭ ମିଳେ ।
- ବାଦାମ, ପାନମଧୁରି ଓ ମିଶି୍ର ସମାନ ପରିମାଣରେ ନେଇ ତାହାକୁ ଗୁଣ୍ଡ କରି ଦିଅନ୍ତୁ । ଏହି ମିଶ୍ରଣକୁ ପ୍ରତିଦିନ ରାତିରେ ଓ ଦ୍ୱିପହରରେ ଖାଇବା ପରେ ସେବନ କରନ୍ତୁ । ଆପଣଙ୍କ ସ୍ମରଣଶକ୍ତି ବଢ଼ିବ ।
- ପାନମଧୁରି ଖାଇବା ଆଖି ପାଇଁ ଭଲ । ଆପଣ ଚାହିଁଲେ ଏହାକୁ ମିଶି୍ର ସହିତ ନେଇ ପାରିବେ ।
- ଖାଲି ପେଟରେ ପାନମଧୁରି ଖାଇଲେ ରକ୍ତ ସଫା ହୁଏ ଓ ତ୍ୱଚାରେ ଚମକ ଆସିଥାଏ ।
- ଯଦି ଆପଣଙ୍କ ମୁହଁରୁ ଦୁର୍ଗନ୍ଧ ଆସୁଛି । ତେବେ ନିୟମିତ ଭାବେ ଦିନରେ ୩ରୁ ୪ ଥର ଅଧ ଚାମଚ ପାନମଧୁରି ଚୋବାନ୍ତୁ । ଏପରି କଲେ ମହୁଁରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଯିବ ।
- ପାନମଧୁରି ସହିତ ମିଶ୍ରି ମିଶାଇ ଖାଇଲେ ଧ୍ୱନି ମଧୁର ହେବା ସହିତ କାଶ ମଧ୍ୟ ଭଲ ହୋଇଥାଏ ।
Powered by Froala Editor