୪ ବର୍ଷର ଝିଅକୁ ଆକ୍ରମଣ କଲେ କୁକୁରପଲ: ସିସିଟିଭିରେ କଏଦ ହେଲା ହୃଦୟ ବିଦାରକ ଦୃଶ୍ୟ

ଗୋଟିଏ ୪ ବର୍ଷର କୁନି ଝିଅକୁ କୁକୁର ଭିଡି ଭିଡି ନେଉଥିବାର ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି । ଏପରି ଏକ ଭଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଡିଭିଓଟି ଏକ ସିସିଟିଭିର ହୋଇଥିବା ଜଣାପଡ଼ିଛି । ମଧ୍ୟପ୍ରଦେଶର ଭୋପାଲରୁ ଏପରି ଏକ ଚିତ୍ର ଆସିଥିବା ବେଳେ, ଜଣେ ବ୍ୟକ୍ତି ଶିଶୁଟିକୁ କୁକୁର କବଳରୁ ବଞ୍ଚାଉଥିବା ମଧ୍ୟ ଦେଖିବାକୁ ମିଳିଛି ।
ମଧ୍ୟପ୍ରଦେଶ ଭୋପାଳରେ ଗୋଟିଏ ୪ ବର୍ଷର ଝିଅ ଦୌଡ଼ି ଦୌଡି ଘରକୁ ଯାଉଥିବା ବେଳେ ହଠାତ୍ ୫ଟି ବୁଲା କୁକୁର କୁନି ଝିଅଟିକୁ ଚାରିପଟୁ ଘେରିଯାଇଥିଲେ। ପିଲାଟି ଜୀବନ ବିକଳରେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ କୁକୁର ଗୁଡିକ ତାର ଡ୍ରେସ୍କୁ କାମୁଡିବାରୁ ଝିଅଟି ତଳେ ପଡିଯାଇଥିଲା। ଏହାପରେ କୁକୁର ଗୁଡିକ ତା’ର ମୁହଁ, ମୁଣ୍ଡ, ଗୋଡ, ହାତକୁ କାମୁଡ଼ି ଚାଲିଥିଲେ। ଯେତେ ଚିତ୍କାର କଲେ ମଧ୍ୟ ଛାଡିନଥିଲେ।
କିଛି ସମୟ କାମୁଡ଼ା କାମୁଡ଼ି କରିବା ପରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଏହା ଦେଖି ବୁଲା କୁକୁରଙ୍କୁ ଟେକା ପଥର ମାରିଥିଲେ। ଶେଷରେ କୁକୁର ଗୁଡିକ ସେଠାରୁ ଦୌଡି ଚାଲିଯାଇଥିଲେ। କିନ୍ତୁ ୪ ବର୍ଷର ଝିଅଟି ସେତେବେଳକୁ ଗୁରୁତର ହୋଇସାରିଥିଲା। ତା’ର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ଥିବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି। କୁକୁର ଗୁଡିକ ଝିଅଟିକୁ କାମୁଡ଼ିବା ବେଳର ପୂରା ଚିତ୍ର ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି।
Powered by Froala Editor