ପଶ୍ଚିମବଙ୍ଗରେ ନୂଆ ଗାଇଡଲାଇନ : ୫୦%ରେ ଚାଲିବ ଅଫିସ

କରୋନା ନୂଆ ଭାରିଏଣ୍ଟ ଓମିକ୍ରନ୍ର ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତାରେ ସରକାର । ତେଣୁ ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏବେ ପଶ୍ଚିମବଙ୍ଗ ସରକାର କଟକଣାକୁ କଡାକଡି କରିଛନ୍ତି । ଯାହାଫଳରେ ପଶ୍ଚିମବଙ୍ଗର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପୁଣି ବନ୍ଦ ରହିବ। ଏହା ଛଡ଼ା ମାର୍କେଟ କମ୍ପ୍ଲେକ୍ସ, ସପିଙ୍ଗ ମଲ, ରେଷ୍ଟୁରାଣ୍ଟ, ବାର, ଏବେ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ଚାଲିବ।
ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ କୁହାଯାଇଛି। ଯଥା ସମ୍ଭବ ୱାର୍କ ଫ୍ରମ ହୋମ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ସେହିପରି ୫୦ ପ୍ରତିଶତ କ୍ଷମତାରେ କୋଲକାତା ମେଟ୍ରୋ ଟ୍ରେନ୍ ଚାଲିବ। ଲୋକାଲ ଟ୍ରେନ୍ କେବଳ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ତେବେ ଦୂରଗାମି ଟ୍ରେନ୍ ଗୁଡ଼ିକର ଚଳାଚଳ ସ୍ୱାଭାବିକ୍ ରହିବ। ସିନେମା ହଲ୍, ରେଷ୍ଟୁରାଣ୍ଟ ଏବଂ ବାର୍ ୫୦ ପ୍ରତିଶତ କ୍ଷମତା ଏବଂ ରାତି ୧୦ ଟା ପର୍ଯ୍ୟନ୍ତ ଚାଲିବାକୁ ଅନୁମତି ଦିଆଯାଇଛି। ସପିଂ ମଲ୍ ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଭିଡ଼ ୫୦ ପ୍ରତିଶତରେ ରହିବା ଜରୁରୀ। ବିବାହ ତଥା ଅନ୍ୟାନ୍ୟ ସାମାଜିକ, ଧାର୍ମିକ ଏବଂ ସାଂସ୍କୃତିକ ଉତ୍ସବ ପାଇଁ ୫୦ ଜଣ ଏବଂ ଅନ୍ତିମ ସଂସ୍କାର ପାଇଁ ୨୦ଜଣଙ୍କ ମଧ୍ୟରେ ସୀମିତ ରହିବ।
Powered by Froala Editor