ଆଜି ଦେଶରେ କରୋନା ନେଲା ୨୮୪ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ଓ ମୃତୁ୍ୟ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗଥିଲା କିନ୍ତୁ ଆଜି ପୁଣି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଆଜି ଦେଶରେ ୨୭ହଜାର ୫୫୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୮୪ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୮୧ହଜାର ୭୭୦କୁ ବୃଦ୍ଧି ପାଇଛି । ମୃତୁ୍ୟ ହାର ୧.୩୮ ପ୍ରତିଶତ ରହିଛି ।
ଏହି ସମୟ ମଧ୍ୟରେ ୯ହଜାର ୨୪୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୨୭ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା ୩କୋଟି ୪୨ଲକ୍ଷ ୮୪ହଜାର ୫୬୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅପରପକ୍ଷରେ ସକ୍ରିୟ ମାମଲା ୧ଲକ୍ଷ ୨୨ହଜାର ୮୦୧ରହିଛି । ସକ୍ରିୟ ମାମଲା ୦.୩୫ ପ୍ରତିଶତରେ ପହଞ୍ଚିଛି । ଦୈନିକ ପଜିଟିଭ୍ ହାର ୦.୭୯ ପ୍ରତିଶତ ରହିଥିବାବେଳେ ସାପ୍ତାହିକ ପଜିଟିଭ୍ ହାର ୦.୬୮ ପ୍ରତିଶତରୁ କମ୍ ରହିଛି ।
Powered by Froala Editor