ଟିକାକରଣ ନେଇ ଆସିଲା ବଡ ଖବର, ଜାଣନ୍ତୁ କ’ଣ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହାକୁ ନେଇ ଆସନ୍ତା ମେ ୧ ତାରିଖରୁ ୧୮ରୁ ୪୪ ବର୍ଷ ବୟସର ଲୋକମାନଙ୍କୁ ଟିକା ଦିଆଯିବ । ତେବେ ଏହା ଭିତରେ ଏକ ବଡ଼ଖବର ସାମନାକୁ ଆସିଛି । ତାହା ହେଲା ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣରେ ବିଳମ୍ବ ହୋଇପାରେ । ଟିକା ଆସିବାରେ ବିଳମ୍ବ ହେବାର ଥିବାରୁ ଟିକାକରଣରେ ଅନିଶ୍ଚିତତା ଦେଖାଦେଇଛି । ଏକଥା ଆମେ କହୁନାହୁଁ । ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ମେ’ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବା ସମ୍ଭାବନା କ୍ଷୀଣ । ମେ’ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିପାରେ । ଟିକା ଆସିବା ପରେ ହିଁ ଟିକାକରଣ ଆରମ୍ଭ କରାଯିବ । କୋଭିସିଲ୍ଡ ଟିକା ପାଇଁ ଗତକାଲି ଚିଠି ଲେଖିଛୁ । ଫେଜ-୩ ଟିକାକରଣ ପାଇଁ ଆସନ୍ତାକାଲି ଠାରୁ ପଞ୍ଜୀକରଣ ଆରମ୍ଭ ହେବ । କୋୱିନ ପୋର୍ଟାଲକୁ ଯାଇ ସମସ୍ତେ ପଞ୍ଜୀକରଣ କରିପାରିବେ । କିନ୍ତୁ ଟିକା ନେବା ପାଇଁ ଏବେ ସ୍ଲଟ ଆପଏଣ୍ଟମେଣ୍ଟ ମିଳିବ ନାହିଁ । ଟିକା ଆସିଲେ ପୋର୍ଟାଲ ମାଧ୍ୟମରେ ସ୍ଲଟ ଦେବୁ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
Powered by Froala Editor