ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨୫କୁ ବୃଦ୍ଧି

ମିରଟର ସର୍ଦ୍ଧାର ସହରର ସାଲାୱା ଏବଂ କାଇଲି ଗ୍ରାମରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଛି । କ୍ରୀଡ଼ା ସଂସ୍କୃତି ପ୍ରତିପାଦନ କରିବା ଏବଂ ଦେଶର ସମସ୍ତ ଭାଗରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା କରିବାର ଲକ୍ଷ୍ୟରେ ମେଜର ଧ୍ୟାନ ଚାନ୍ଦ ସ୍ପୋର୍ଟସ ୟୁନିଭରସିଟି ପ୍ରତିଷ୍ଠା କରାଯାଉଛି ।
ଆଜି ମିରଟରେ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ଏଠାରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ବିଶ୍ୱବିଦ୍ୟାଳୟ ସିନ୍ଥେଟିକ ହକି ଗ୍ରାଉଣ୍ଡ,ଫୁଟବଲ ଗ୍ରାଉଣ୍ଡ,ଲନ ଟେନିସ କୋର୍ଟ,ଜିମ୍ନାସିୟମ ହଲ,ସୁଇମିଂପୁଲ,ବହୁମୁଖୀ ସହିତ ଆଧୁନିକ ଏବଂ ଅତ୍ୟାଧୁନିକ କ୍ରୀଡ଼ା ଭିତ୍ତିଭୂମିରେ ସଜ୍ଜିତ ହେବ ।
Powered by Froala Editor