ଟ୍ୟାକ୍ସ ଠକି ଫାଇନ ଦେଲା କ୍ରିପଟୋ କରେନ୍ସି ଏକ୍ସଚେଞ୍ଜ୍ ୱାଜାର୍ଡଏକ୍ସ

କ୍ରିପଟୋ କରେନ୍ସି ଏକ୍ସଚେଞ୍ଜ୍ ୱାଜାର୍ଡଏକ୍ସ ଦ୍ୱାରା ଟ୍ୟାକ୍ସ ଠକେଇ ହୋଇଥିବା ଜଣାପଡ଼ିଛି । ଜିଏସଟି ଇଣ୍ଟେଲିଜେନ୍ସ ଅଫ୍ ଡାଇରେକ୍ଟୋରେଟ ଜେନେରାଲ (ଡିଜିଜି) ପକ୍ଷରୁ ଚଢ଼ାଉ ପରେ ଏହା ଜଣାପଡ଼ିଛି। ଶନିବାର ଡିଜିଜି ପକ୍ଷରୁ ଦେଶର କ୍ରିପଟୋ କରେନ୍ସି ସେବା ପ୍ରଦାନକାରୀ ସଂସ୍ଥା ୱାଜାର୍ଡଏକ୍ସ ଉପରେ ଚଢ଼ାଉ କରାଯାଇଲା। କ୍ରିପଟୋ କରେନ୍ସି ସେବା ପ୍ରଦାନକାରୀଙ୍କ ପାଖାପାଖି ୬ଟି କାର୍ଯ୍ୟାଳୟରେ ଛାନ୍ଭିନ୍ କରିଛି ଡିଜିଜି । ରେଡ୍ ରେ ୪୯.୨୦ କୋଟି ଟଙ୍କା ଫାଇନ ଆଦାୟ କରାଯାଇଛି।
ତଥ୍ୟ ଅନୁସାରେ, କ୍ରିପଟୋ କରେନ୍ସି ନେଇ ନୂଆ ଆଇନ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ପରେ ଧରପଗଡ଼ ଆରମ୍ଭ ହୋଇଛି। କ୍ରିପଟୋ କରେନ୍ସିକୁ ମୁଦ୍ରା ମାନ୍ୟତା ଦିଆଯିବାର ଯୋଜନା ନାହିଁ ବୋଲି କିଛି ଦିନ ପୂର୍ବରୁ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ବିବୃତ୍ତି ଦିଆଯାଇଥିଲା। ପୂର୍ବରୁ ଏହି କରେନ୍ସିକୁ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ସତର୍କ କରାଇଥିଲେ। କହିଥିଲେ କ୍ରିପଟୋ କରେନ୍ସି ଯେପରି ଭୁଲ୍ ହାତରେ ନଲାଗିବ ସେଥିଲାଗି ସବୁ ରାଷ୍ଟ୍ର ଉଦ୍ୟମ କରିବା ଜରୁରୀ। କ୍ରିପଟୋ କରେନ୍ସି ଭୁଲ୍ ହାତରେ ପଡ଼ିଲେ ଏହା ଯୁବ ପିଢ଼ୀକୁ ଧ୍ୱଂସ କରିଦେଇପାରେ ବୋଲି ମୋଦି କହିଥିଲେ।
Powered by Froala Editor