ମହିଳା ମଝି ଆକାଶରେ କରୋନା ସଂକ୍ରମିତ

ଆମେରିକା: ଆମେରିକାର ଜଣେ ମହିଳା ମଝି ଆକାଶରେ କରୋନା ସଂକ୍ରମିତ ହୋଇଛନ୍ତି । ସେ ଚିକାଗୋରୁ ଆଇସଲାଣ୍ଡ ଏକ ବିମାନରେ ଯାଉଥିବା ବେଳେ ବାଟରେ ତାଙ୍କ ତଣ୍ଟିରେ ଖୁବ ଜୋର ଯନ୍ତ୍ରଣା ହୋଇଥିଲା । ସେ ତୁରନ୍ତ ବିମାନରେ ଟଏଲଟକୁ ଯାଇ ର୍ୟାପିଡ କୋଭିଡ ଟେଷ୍ଟ କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ୩ ଘଣ୍ଟା ଆଇସୋଲେସନରେ ରହିବାକୁ ପଡ଼ିଥିଲା ।
ଗତ ଡିସେମ୍ବର ୧୯ ତାରିଖରେ ଏହି ଘଟଣା ଘଟିଥିଲା । କରୋନା ସଂକ୍ରମିତ ହୋଇଥିବା ଏହି ମହିଳା ହେଉଛନ୍ତି ମିଚିଗାନର ଜଣେ ଶିକ୍ଷକ । ତାଙ୍କ ନାମ ମାରିସା ଫୋଟିଓ । ଫୋଟିଓ କହିଛନ୍ତି, ବିମାନ ଉଡ଼ାଣ ପୂର୍ବରୁ ସେ ୨ଟି ପିସିଆର ଟେଷ୍ଟ କରିଥିଲେ ଏବଂ ୫ଟି ର୍ୟାପିଡ ଟେଷ୍ଟ କରିଥିଲେ । କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ବିମାନ ମଧ୍ୟରେ ଦେଢ଼ ଘଣ୍ଟା ରହିବା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।
Powered by Froala Editor