ରାଜଧାନାରେ ଦୁର୍ବୃତ୍ତଙ୍କ ନାରକୀୟ କାଣ୍ଡ, ପିଟିପିଟି ହତ୍ୟା
ଭୁବନେଶ୍ୱର: ନୂଆ ବର୍ଷ ଆରମ୍ଭରୁ ରାଜଧାନୀରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ବର୍ଷ ଆରମ୍ଭରୁ ରକ୍ତରଞ୍ଜିତ ହୋଇଛି ରାଜଧାନୀ । ରାଜଧାନୀରେ ଗତକାଲି ଜଣେ ବ୍ୟକ୍ତିଙ୍କୁ ଦୃର୍ବୃତ୍ତମାନେ ପିଟିପିଟି ହତ୍ୟା କରିଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ସୁନ୍ଦରପଦା ନୂଆସାହିରେ ଏହି ହତ୍ୟାକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ସୁନ୍ଦରପଦା ଓ ମାଳିଆ କପିଳେଶ୍ୱରର ୪ଟି ଗ୍ରୁପ ନୂଆସାହି ପୋଖରୀ ତୁଠରେ ଭୋଜି କରୁଥିଲେ । କୌଣସି କଥାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଥିଲା । ଏହାପରେ ପୁଣି କପିଳେଶ୍ୱର ଗାଁର କିଛି ଯୁବକ ଆସି ପାଟିତୁଣ୍ଡ କରିଥିଲେ ଏହି ସମୟରେ ସେହି ସ୍ଥାନର ଏକ ଘରେ ଶୋଇଥିବା ଦିପୁ କଣ ହୋଇଛି ଦେଖିବାକୁ ଆସିଥିବା ବେଳେ ତାଙ୍କୁ ତିନିଜଣ ଯୁବକ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଏଥିପାଇଁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ହତ୍ୟାକାରୀକୁ ୨୪ ଘଣ୍ଟା ମଧ୍ୟରେ ଗିରଫ ଦାବିରେ ସ୍ଥାନୀୟ ଲୋକେ ସୁନ୍ଦରପଦାରେ ରାସ୍ତାରୋକ କରିଛନ୍ତି । ଏୟାରଫିଲ୍ଡ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor